ବଢୁଛି ଯୁଦ୍ଧ! ଋଷ ଗୁଳିରେ ଆଉ ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ଆହତ, ଜାଣନ୍ତୁ ପୂରା ଖବର

 
Indian shoot in ukraine

ଦିନକୁ ଦିନ ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବଢ଼ିବାରେ ଲାଗିଛି। ସେଠାରେ ବଢୁଥିବା ଉତ୍ତେଜନାମୂଳକ ପରିସ୍ଥିତିରେ ଅନେକ ଭାରତୀୟ ମଧ୍ୟ ଫସି ରହିଛନ୍ତି। କେବଳ ଏତିକି ନୁହେଁ ବରଂ ଏହି ଯୁଦ୍ଧରେ ଦୁର୍ଭାଗ୍ୟବଶତଃ ଜଣେ ଛାତ୍ରଙ୍କର ଜୀବନ ମଧ୍ୟ ଚାଲିଯାଇଛି। ତେବେ, ଆଜି ଆଉ ଜଣେ ଭାରତୀୟ ଛାତ୍ରଙ୍କ ଦେହରେ ଗୁଳି ବାଜିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂ।

Vk singh

ଉକ୍ତ ଛାତ୍ର ଜଣକ ଭାରତ ଫେରିବା ପାଇଁ କ୍ୱିଭ୍ ଯାତ୍ରା କରୁଥିବା ସମୟରେ ତାଙ୍କ ଦେହରେ ଗୁଳି ବାଜିଥିଲା। ଯେଉଁଥିରେ ସେ ଆହତ ହୋଇଥିବାରୁ ତାଙ୍କୁ କ୍ୱିଭର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଋଷର ସେନା ଖାର୍କିଭ, ଚେର୍ନିଭିଭ, ବୋରୋଡାଏଙ୍କା, ମାରିଅପୋଲରେ ଭାରି ବୋମା ବିସ୍ଫୋରଣ କରିଥିବା ବେଳେ ଏବେ ମଧ୍ୟ କିଛି ଭାରତୀୟ ଛାତ୍ର ଖାର୍କିଭରେ ଫସି ରହିଥିବା ଜଣାଯାଇଛି।

Victim

ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା "ଅପରେସନ ଗଙ୍ଗା" ମାଧ୍ୟମରେ ପ୍ରାୟ ୧୪୦୦ ଛାତ୍ରଛାତ୍ରୀ ସ୍ବଦେଶ ଫେରି ଆସିଛନ୍ତି। ଜେନେରାଲ ଭି.କେ ସିଂଙ୍କ କହିବା ମୁତାବକ ଖୁବଶୀଘ୍ର ଆହୁରି ୧୬୦୦-୧୭୦୦ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଚେଷ୍ଟା କରାଯାଉଛି। ତେବେ, ୟୁକ୍ରେନରେ ଭାରତୀୟମାନଙ୍କ ପାଇଁ ରହିବାର ଅସ୍ଥାୟୀ ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।