ଋଷକୁ ନେଇ ଭାରତକୁ କଡ଼ା ଚେତାବନୀ ଦେଲା ଆମେରିକା, କହିଲା- ଯଦି ଚୀନ ଆକ୍ରମଣ କରେ ଭାରତକୁ ତେବେ...

 
America threatens india

ଏକ ମାସରୁ ଅଧିକ ସମୟ ହୋଇଗଲାଣି କିନ୍ତୁ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଥମିବାର ନାଁ ଧରୁନାହିଁ। ଋଷ ନିଜ ଦେଶର ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ଯୁଦ୍ଧ ଆରମ୍ଭ କରିଥିବା କହି ଆସୁଥିବା ବେଳେ ୟୁକ୍ରେନ ସମାଧାନ ପାଇଁ ରାଜି ହେଉନାହିଁ। ଏଭଳି ପରିସ୍ଥିତିରେ ଆମେରିକା ଏବଂ ଅନ୍ୟ କିଛି ପାଶ୍ଚାତ୍ୟ ଦେଶ ୟୁକ୍ରେନ ସମର୍ଥନରେ ବାହାରିଛନ୍ତି। ସେମାନେ ଋଷର ଆକ୍ରମଣକୁ ବିରୋଧ କରିବା ସହିତ ଏହି ଦେଶ ବିରୋଧରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।

Oil

କିନ୍ତୁ, ଭାରତ ଋଷ ଠାରୁ ଏବେ ସୁଦ୍ଧା ତୈଳ ଆମଦାନୀ ଜାରି ରଖିଛି ଯାହାକୁ ନାପସନ୍ଦ କରିଛି ଆମେରିକା। ଋଷ ଠାରୁ ତୈଳ ନ କିଣିବା ପାଇଁ ଭାରତକୁ ଆମେରିକା ସିଧାସଳଖ ମନା କରିନଥିଲେ ହେଁ ଏହି କ୍ରେୟକୁ ସାଧାରଣ ସ୍ଥରରେ ସୀମିତ ରଖିବା ପାଇଁ ଆମେରିକା ଚେତାଇ ଦେଇଛି। ରଏଟର୍ସ ଆମେରିକାର ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଭାରତ ଋଷଠାରୁ ଗତ ବର୍ଷ ତୁଳନାରେ ଅଧିକ ତୈଳ କ୍ରୟ ନ କରନ୍ତୁ ବୋଲି ଆମେରିକା ଚାହୁଁଛି।

Dalip singh

ଆମେରିକାର ଡେପୁଟି ନ୍ୟାସନାଲ ସେକ୍ରେଟାରୀ ଦଲିପ ସିଂ ବର୍ତ୍ତମାନ ଭାରତ ଗସ୍ତରେ ଆସିଛନ୍ତି। ୟୁକ୍ରେନ ଆକ୍ରମଣ ପରେ ଋଷ ସହିତ ଘନିଷ୍ଠତା ବଢ଼ାଉଥିବା ଦେଶ ଗୁଡିକ ଏହାର ପରିଣାମ ଭୋଗିବେ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁଯାଇ ଯଦି ଚୀନ୍ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ କୁ ଉଲ୍ଲଂଘନ କରେ ଏବଂ ଭାରତ ଚୀନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଋଷ ଏଥିରେ ସାହାଯ୍ୟ କରିବାକୁ ଆସିବ ନାହିଁ। ଚୀନ୍ ଓ ଋଷ ମଧ୍ୟରେ ବର୍ତ୍ତମାନ ଏକ "ନୋ ଲିମିଟ୍ସ ପାର୍ଟନରଶିପ୍" ରହିଥିବାରୁ ଋଷ କୌଣସି ପଦକ୍ଷେପ ଗ୍ରହଣ କରି ପାରିବ ନାହିଁ ବୋଲି ସେ କହିଛନ୍ତି। ଏହି କାରଣରୁ ଭାରତ ଋଷ ଠାରୁ ସୀମିତ ପରିମାଣର ତୈଳ ଆମଦାନୀ କରୁ ବୋଲି ଆମେରିକା ଚାହୁଁଛି।