ପୁଟିନଙ୍କ ଝିଅମାନେ ଏପରି କ’ଣ କରନ୍ତି? ଯାହାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା, ଜାଣି ହୋଇଯିବେ ତାଜୁବ୍

 
Putin daughters

ଋଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ସମର୍ଥନ କରି ଆସୁଛି ଆମେରିକା। ଏଭଳି ପରିସ୍ଥିତିରେ ଋଷ ଅଧିକାରୀ ଓ ନେତାମାନଙ୍କ ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କ ଉପରେ ମଧ୍ୟ କଟକଣା ଲଗାଇ ଦେଇଛି ଆମେରିକା। ଉଭୟେ ଝିଅଙ୍କ ନାମ କ୍ୟାଟରିନା ଟିକୋନୋଭା ଏବଂ ମାରିଆ ଭୋରୋଣ୍ଟସୋଭା ବୋଲି ଚିହ୍ନଟ କରାଯାଇଛି।

Putin daughters

ଖବର ଅନୁଯାଇ ମାରିଆ ୧୯୮୫ ରେ ଜନ୍ମଗ୍ରହଣ କରିଥିବା ବେଳେ ସେ ପୁଟିନଙ୍କ ବଡ଼ ଝିଅ ଅଟନ୍ତି। ଅନ୍ୟପକ୍ଷରେ କ୍ୟାଟେରିନା ୧୯୮୬ ରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ସାନ ଅଟନ୍ତି। କ୍ୟାଟରିନା ଜଣେ ବୈଷୟିକ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଥିବା ବେଳେ ସେ ଋଷର ପ୍ରତିରକ୍ଷା ଶିଳ୍ପକୁ ସମର୍ଥନ କରିଥାନ୍ତି। ଅନ୍ୟପକ୍ଷରେ କ୍ୟାଟରିନା ଜଣେ ପୂର୍ବତନ ନୃତ୍ୟଶିଳ୍ପୀ ହୋଇଥିବା ବେଳେ ବର୍ତ୍ତମାନ ମସ୍କୋ ଷ୍ଟେଟ୍ ୟୁନିଭରସିଟିରେ ଏକ କୃତ୍ରିମ ବୁଦ୍ଧିଜୀବୀ ପ୍ରତିଷ୍ଠାନ ଚଳାଉଛନ୍ତି।

Putin daughters

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁଟିନ ତାଙ୍କ ଝିଅମାନଙ୍କ ବିଷୟରେ ଖୋଲାଖୋଲି ପରିପ୍ରକାଶ କରନ୍ତିନାହିଁ। ଏପରିକି ତାଙ୍କ ଝିଅ କଣ କରନ୍ତି ସେଥିନେଇ କିଛି କହିବାକୁ ୨୦୧୫ ମସିହାରେ ପୁଟିନ କିଛି କହିବାକୁ ମନା କରି ଦେଇଥିଲେ। ତେବେ, ପୁଟିନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆମେରିକା ଏପରି କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।