ବିସ୍ଫୋରଣ ପୂର୍ବରୁ ଶୋଷିନିଏ ଅମ୍ଳଜାନ! ୟୁକ୍ରେନ ଉପରେ ଭାକ୍ୟୁମ୍ ବୋମା ବ୍ୟବହାର କରୁଛି ଋଷ, ଜାଣନ୍ତୁ ଏହା କେତେ ମାରାତ୍ମକ

 
Vaccum bomb

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ। ଶାନ୍ତି ଆଲୋଚନା ବିଫଳ ହେବାପରେ ୟୁକ୍ରେନ ଉପରେ ନିଜର ସମ୍ପୂର୍ଣ୍ଣ ସାମରିକ ଶକ୍ତି ଲଗାଇ ଆକ୍ରମଣ ଜାରି ରଖିଛି ରୁଷ। ଖାସ୍ କରି ୟୁକ୍ରେନ ରାଜଧାନୀ କିଭ୍ ଉପରେ ଆକ୍ରମଣ କରି ସହରଟିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛନ୍ତି ଋଷ। କେବଳ ସାମରିକ ପ୍ରତିଷ୍ଠାନ ନୁହେଁ ବରଂ ସାଧାରଣ ଧନଜୀବନ ଉପରେ ମଧ୍ୟ ଋଷ ଆକ୍ରମଣ କରୁଥିବା ୟୁକ୍ରେନ ଅଭିଯୋଗ କରିଛି।

Vaccum bomb

ସବୁଠାରୁ ବଡ଼ କଥା ହେଉଛି ଋଷ ଏହି ଯୁଦ୍ଧରେ ୟୁକ୍ରେନ ଉପରେ ପ୍ରତିବନ୍ଧିତ ଭାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହି ବୋମାଟି ଏତେ ମାତ୍ରାରେ ଭୟଙ୍କର ଯେ ଏହା ନିମିଶକ ମଧ୍ୟରେ ମଣିଷର ଅସ୍ତିତ୍ବ ହଜାଇ ଦେବାର କ୍ଷମତା ରଖିଥାଏ। ଏହି ବୋମାର ସବୁଠାରୁ ମାରାତ୍ମକ ବିଶେଷତ୍ଵ ହେଉଛି ଯେ ଏହା ବିସ୍ଫୋରଣ ପୂର୍ବରୁ ଆଖପାଖରେ ଥିବା ସମସ୍ତ ଅମ୍ଳଜାନକୁ ଶୋଷିନିଏ। ଯେଉଁଥିପାଇଁ ଅଧିକାଂଶ ମଣିଷଙ୍କର ମୃତ୍ୟୁ ହୋଇଥାଏ।

Mechanism

ଆନୁଷ୍ଠାନିକ ଭାବରେ ଏହି ବୋମାକୁ ଥର୍ମୋବାରିକ୍ ଅସ୍ତ୍ର ଭାବରେ ପରିଗଣିତ କରାଯାଏ। ବିସ୍ଫୋରକ ଇନ୍ଧନ ଏବଂ ରସାୟନ ଦ୍ୱାରା ଭରି ରହିଥିବା ଏହି ବୋମା ବିସ୍ଫୋରଣ ପରେ ଅଲ୍ଟ୍ରାସୋନିକ୍ ତରଙ୍ଗ ସୃଷ୍ଟି କରିଥାଏ। ଏତେ ମାତ୍ରାରେ ଭୟଙ୍କର ଏବଂ ବିପଜ୍ଜନକ ହୋଇଥିବାରୁ ଏହି ବୋମା ଉପରେ ଜେନେଭା ସମ୍ମିଳନୀରେ ପ୍ରତିବନ୍ଧକ ଲଗାଇ ଦିଆ ଯାଇଥିଲା।