ମହଙ୍ଗା ମାଡ଼ରୁ ଖାଉଟିଙ୍କୁ ଅଶ୍ୱସ୍ତି: କମିଲା ଖାଇବା ତେଲ ଦର, ସୋରିଷ ତେଲ ଲିଟର ପିଛା ଏତିକି ଟଙ୍କା ହ୍ରାସ, ଜାଣନ୍ତୁ ପୂରା ଖବର

 
Mustard oil

ଦୀର୍ଘଦିନ ଧରି ମହଙ୍ଗା ମାଡ଼ ସହି ଆସୁଥିବା ଖାଉଟିଙ୍କୁ କିଛି ମାତ୍ରାରେ ଅଶ୍ୱସ୍ତି ମିଳିଛି। ତିନି ଦିନ ପୂର୍ବରୁ ସରକାର ପେଟ୍ରୋଲ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହଟାଇ ଦେବାପରେ ଏହା ଲିଟର ପିଛା ୯.୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହାରି ମଧ୍ୟରେ ଅତ୍ୟାବଶ୍ୟକ ଖାଇବା ତେଲ ଯଥା ସୋରିଷ ତେଲ, ସୋୟବିନ ଏବଂ ରିଫାଇନ ବାଦାମ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

Mustard oil

ଖାସ୍ କରି ଇଣ୍ଡୋନେସିଆ ତରଫରୁ ରପ୍ତାନୀ ଖୋଲିବା ଦେଶର ବଜାର ଉପରେ ଏହାର ପ୍ରଭାବ ପଡ଼ିଛି। ଗତ ସପ୍ତାହରେ ଅଧିକାଂଶ ତୈଳବିଜ ମୂଲ୍ୟ ହ୍ରାସ ପାଇବା ପରେ କଚ୍ଚି ଘାନି ସୋରିଷ ତେଲ ମୂଲ୍ୟ ୪୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଗତ ସପ୍ତାହରେ ସୋରିଷ ତେଲ ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୭,୫୧୫-୭,୫୬୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ପହଞ୍ଚିଛି। ସେହିପରି ସୋରିଷ ପକ୍କି ଘାନି ଏବଂ କଚ୍ଚି ଘାନି ତେଲ ପ୍ରତି ଟିଣ(୧୫ ଲିଟର) ୨,୩୬୫-୨,୪୪୫ ଏବଂ ୨,୪୦୫-୨୫୧୫ ଟଙ୍କାରେ ପହଞ୍ଚିଛି।

Cooking oil

ଅନ୍ୟପକ୍ଷରେ ସୋୟାବିନ ଦାନା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ସୋୟବିନ ଦାନା କ୍ୱିଣ୍ଟାଲ ପିଛା ୭,୦୨୫-୭,୧୨୫ ଟଙ୍କାରେ ଏବଂ ବାଦାମ ରିଫାଇନ୍ ଦାମ୍ ମଧ୍ୟ ୨୫ ଟଙ୍କା ହ୍ରାସ ପାଇ ୨,୬୨୫-୨,୮୧୫ ଟଙ୍କା ପ୍ରତି ଟିଣ ବନ୍ଦ ହୋଇଥିବା ଜଣାଯାଇଛି। ସେହିପରି ଅଶୋଧିତ ପାମ୍ ତେଲ ପ୍ରତି କ୍ୱିଣ୍ଟାଲ ୫୦୦ ଟଙ୍କା ହ୍ରାସ ପାଇଁ ୧୪,୮୫୦ ଟଙ୍କାରେ ପହଞ୍ଚିଛି।