ଟେଲିକମ୍ କମ୍ପାନୀଙ୍କ ବଡ ନିଷ୍ପତ୍ତି, ବନ୍ଦ ହେବ ମୋବାଇଲ ଗ୍ରାହକଙ୍କ ଦ୍ୱିତୀୟ ସିମ୍, ଜାଣନ୍ତୁ ଏହାର କାରଣ

 
Second sim

କିଛିବର୍ଷ ପୂର୍ବରୁ ମୋବାଇଲରେ ଏକାଧିକ ସିମ୍ ବ୍ୟବହାର କରିବା ଏକ ପ୍ରକାର ଟ୍ରେଣ୍ଡ ପାଲଟି ଯାଇଥିଲା। ପ୍ରାୟତଃ ସ୍ମାର୍ଟଫୋନ ଗୁଡିକରେ ଦୁଇଟି ସିମ୍ ସ୍ଲଟ୍ ରହୁଥିବାରୁ ଲୋକେ ଦୁଇଟି ନମ୍ବର ବ୍ୟବହାର କରୁଥିଲେ। କିନ୍ତୁ, ଏବେ ଏହାର ଠିକ ଓଲଟା ହେବାକୁ ଯାଉଛି କାରଣ ମିଳିଥିବା ସୂଚନା ଅନୁଯାଇ ପ୍ରାୟ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲରେ ‘ଦ୍ୱିତୀୟ ସିମ୍’କୁ ଟେଲିକମ୍ ଅପରେଟରମାନେ ବନ୍ଦ କରିବାକୁ ଯାଉଛନ୍ତି।

Sim

କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା କରିବା ପଛରେ ଏକ ସ୍ପଷ୍ଟ କାରଣ ରହିଛି। ଚଳିତବର୍ଷ ଠାରୁ ମୋବାଇଲ ଟାରିଫ୍ ଗୁଡିକର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ଦୁଇ ଦୁଇଟି ସିମ୍ କୁ ରିଚାର୍ଜ କରିବା କାଠିକର ପାଠ ସାବ୍ୟସ୍ତ ହେଉଛି। ଆଗକୁ ୫ଜି ସ୍ପେକ୍ଟ୍ରମ୍ ନିଲାମୀ ଆସୁଥିବା ବେଳେ ଟେଲିକମ୍ କମ୍ପାନୀ ଗୁଡିକ ନିଜର ନେଟୱାର୍କରେ ଏତେ ସଂଖ୍ୟାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁନାହାଁନ୍ତି।

Sim

ଅନ୍ୟପକ୍ଷରେ ଗ୍ରାହକମାନେ ନିଜେ କୌଣସି ନମ୍ବରକୁ ବନ୍ଦ କରି ପାରିବେ ନାହିଁ। ତେଣୁ, ଦୀର୍ଘ ଦିନ ଧରି ନିଷ୍କ୍ରିୟ ହୋଇ ରହୁଥିବା ଦ୍ଵିତୀୟ ସିମ୍ ଗୁଡିକୁ ଟେଲିକମ୍ କମ୍ପାନୀ ଗୁଡିକ ବନ୍ଦ କରି ଦେଉଛନ୍ତି। ଟ୍ରାଇ ରିପୋର୍ଟ ଅନୁଯାଇ ଜିଓର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୬.୮ ଲକ୍ଷରୁ ୪୦.୫ କୋଟିରେ ପହଞ୍ଚିଛି। ସେହିପରି ଭାରତୀ ଏୟାରଟେଲର ଗ୍ରାହକଙ୍କ ସଂଖ୍ୟା ୩୬ କୋଟିରେ ପହଞ୍ଚିଛି। ଅନ୍ୟପକ୍ଷରେ ମୋବାଇଲ ନମ୍ବର ରିଚାର୍ଜ କରୁନଥିବା ବହୁ ନମ୍ବର ଗୁଡିକୁ ଟେଲିକମ୍ କମ୍ପାନୀ ବନ୍ଦ କରିବାକୁ ଯାଉଛନ୍ତି। ସେଥିମଧ୍ୟରୁ କେବଳ ୭୫ ଲକ୍ଷ ଦ୍ଵିତୀୟ ସିମ୍ ରହିଥିବା ଜଣାଯାଇଛି।