ଦେଖନ୍ତୁ ଭିଡ଼ିଓ: ଭଗବାନ ସାଥିରେ ଥିଲେ ଯମ ବି ହାର୍ ମାନିଯାଏ, ଟ୍ରକ୍ ଚକା ତଳୁ ଏପରି ମୃତ୍ୟୁକୁ ଚକମା ଦେଲେ ଯୁବକ, ଭିଡ଼ିଓ ଭାଇରାଲ୍

 
Viral video

କଥାରେ ଅଛି,"ଦଣ୍ଡେ ନିମିଷେ ଥିଲେ ପ୍ରାଣ,ନନେଇ ପାରେ ଜନ୍ତୁରାଣ"। ଆପଣ ଯେତେ ଅସୁବିଧାରେ ଥାଆନ୍ତୁ ନା କାହିଁକି ଯଦି ଭାଗ୍ୟ ଆପଣଙ୍କ ସାଥିରେ ଅଛି ତେବେ କୌଣସି ଅସୁବିଧା ହେବ ନାହିଁ। ବର୍ତ୍ତମାନ ଆମ୍ଭେ ଆପଣଙ୍କୁ ଏହିପରି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଜଣେ ଯୁବକ ଅଲୌକିକ ଭାବରେ ଏକ ନିଶ୍ଚିତ ସଡକ ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-

ଭାଇରାଲ ହେଉଥିବା ଏହି ଭିଡିଓଟିରେ ଜଣେ ଯୁବକ ଗାଡ଼ି ଚଳାଉଥିବା ବେଳେ ବିଚ୍ ରାସ୍ତାରେ ଖସି ଯାଉଥିବା ଦେଖିବାକୁ ମିଳୁଛି। ଏହି ଦୁର୍ଘଟଣାରେ ସେ ଏକ କାର ଧକ୍କାରୁ ବର୍ତ୍ତି ଯାଇଥିଲେ। କିନ୍ତୁ, ପଛରୁ ଧ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେବା ଠାରୁ ଅତି ନିକଟତର ଥିଲା।

Viral video

ଯୁବକ ଜଣକ ତୁରନ୍ତ ସେଠାରୁ ଧ୍ରୁତ ଗତିରେ ରାସ୍ତାର ଅନ୍ୟ ପାର୍ଶ୍ଵକୁ ଡେଇଁ ନିଜ ଜୀବନ ବଞ୍ଚାଇ ପାରିଥିଲେ। ଏହି ଘଟଣାଟି ମ୍ୟାଲେସିଆରେ ଘଟିଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି।