୮୫ ବର୍ଷୀୟା ମହିଳାଙ୍କ ବାହା ହେବା ପାଇଁ ଅନଲାଇନରେ ଖୋଜୁଛନ୍ତି ନୂଆ ଜୀବନ ସାଥି, ବର ପାଇଁ ରଖିଛନ୍ତି ଏହିସବୁ ସର୍ତ୍ତ, ଜାଣନ୍ତୁ ପୂରା ଘଟଣା

 
85 year old granny

ପ୍ରେମ କରିବାର ସଠିକ କିଛି ବୟସ ନଥାଏ ଏହା ଯେ କୌଣସି ବ୍ୟକ୍ତିଙ୍କ ସହିତ ଯେ କୌଣସି ସମୟରେ ମଧ୍ୟ ହୋଇପାରେ। ଏହି ଉକ୍ତିଟିକୁ ସଠିକ ପ୍ରମାଣିତ କରିଛନ୍ତି ନ୍ୟୁୟର୍କରେ ରହୁଥିବା ୮୫ ବର୍ଷୀୟା ମହିଳା ହ୍ୟାଟ୍ଟି ରେଟ୍ରୋଏଜ୍। ପ୍ରକୃତରେ ବର୍ତ୍ତମାନ ହ୍ୟାଟ୍ଟି ଅନଲାଇନ୍ ଡେଟିଂ ସର୍ଭିସ୍ ମାଧ୍ୟମରେ ନିଜର ଜୀବନସାଥି ଖୋଜୁଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହ୍ୟାଟ୍ଟିଙ୍କର ଅଳ୍ପ କିଛି ଦିନ ତଳେ ନିଜର ୩୯ ବର୍ଷୀୟ ପ୍ରେମିକ ସହ ବ୍ରେକଅପ ହୋଇଥିଲା। ଏହାପରେ ନିଜ ଜୀବନକୁ ଏକ ନୂଆ ମୋଡ଼ ଦେବାପାଇଁ ହ୍ୟାଟ୍ଟି ଅନଲାଇନ ଡେଟିଂ ମାଧ୍ୟମରେ ନୂଆ ଜୀବନ ସାଥି ଖୋଜୁଛନ୍ତି। କେବଳ ଏତିକି ନୁହେଁ ବରଂ ତାଙ୍କୁ ଜଣେ ଭଲ ସାଥିଟିଏ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି।

ହ୍ୟାଟ୍ଟିଙ୍କର ମାତ୍ର ୪୮ ବର୍ଷ ବୟସରେ ନିଜ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ ସେ କେବଳ କମ ବୟସର ଯୁବକମାନକଙ୍କୁ ଡଟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ପ୍ରତିଦିନ ବ୍ୟାୟାମ ଏବଂ ଡାଇଟିଂ କରିବା ଦ୍ୱାରା ସେ ନିଜ ସୌନ୍ଦର୍ଯ୍ୟତାକୁ ବଜାୟ ରଖିପାରିଛନ୍ତି ଯେଉଁଥିପାଇଁ ତାଙ୍କ ଠାରୁ ଅଧା ବୟସର ଯୁବକମାନେ ମଧ୍ୟ ତାଙ୍କ ଆଡକୁ ଆକର୍ଷିତ ହୋଇ ଯାଇଥାନ୍ତି।

ହ୍ୟାଟ୍ଟିଙ୍କ କହିବା ଅନୁଯାଇ ଏବେ ମଧ୍ୟ ତାଙ୍କୁ ଅନେକ ଯୁବକ ପ୍ରୋପୋଜ କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେ ସିଙ୍ଗଲ ଅଛନ୍ତି ଏବଂ କାହାକୁ ନିଜ ପ୍ରେମିକ ଭାବରେ ବାଛି ନାହାନ୍ତି। ବର୍ତ୍ତମାନ ସପ୍ତାହକୁ ସେ ପ୍ରାୟ ତିନି ତିନି ଜଣଙ୍କୁ ଡେଟିଂ କରୁଥିବା ନେଇ ସୂଚନା ଦେଇଛନ୍ତି।