ଯୁବପିଢ଼ିଙ୍କ ପାଇଁ ଖୁସି ଖବର! ଦିପାବଳୀରେ ୭୫ ହଜାର ବେକାରୀଙ୍କୁ ପ୍ରଧାନମନ୍ତ୍ରୀ ଦେବେ ଉପହାର, ଜାଣନ୍ତୁ କଣ ରହିଛି ଯୋଜନା

 
Job

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଅବସରରେ ଯୁବପିଢ଼ିଙ୍କୁ ବଡ଼ ଉପହାର ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ପ୍ରକୃତରେ ଆସନ୍ତା ୨୨ ତାରିଖ ଅର୍ଥାତ ଦୀପାବଳିର ମାତ୍ର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ୭୫ ହଜ଼ାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବାକୁ ଯାଉଛନ୍ତି। ରକ୍ଷା, ରେଳ, ଡାକ, ଗୃହ, ସିଆଇଏସଏଫ, ଶ୍ରମ, ସିବିଆଇ, କଷ୍ଟମ, ବ୍ୟାଙ୍କ, ସିଏଏଫ୍ ଭଳି ବିଭିନ୍ନ ମନ୍ତ୍ରଣାଳୟରେ ଏହି ନିଯୁକ୍ତି ପ୍ରଦାନ କରାଯିବ।

Job aspirant

 ଏଥିନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ୍‌ ମହାରାଷ୍ଟ୍ର, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜସ୍ଥାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲ୍‌ନାଡୁ, ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ ଉତ୍ତର ପ୍ରଦେଶ, ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଝାଡ଼ଖଣ୍ଡ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ଗୁଜରାଟ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଚଣ୍ଡୀଗଡ଼ ପ୍ରମୁଖ ମଧ୍ୟ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେବେ।

Modi ji

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ୭୫ ହଜ଼ାର ଯୁବପିଢିଙ୍କୁ ଏଥିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ଧନତରାସେ ଅବସରରେ ପ୍ରଧାନମନ୍ତ୍ରୀ ୪.୫୦ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଯୋଡି ହେବାର ସୂଚନା ମିଳିଛି।