ପୁଅର ମୃତ୍ୟୁ ପରେ ବିଧବା ୨୮ ବର୍ଷୀୟା ବୋହୂକୁ ବିବାହ କଲେ ୭୦ ବର୍ଷ ବୟସ୍କ ଶ୍ବଶୁର, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sasur Bohu

୨୮ ବର୍ଷ ବୟସ୍କା ବିଧବା ବୋହୂକୁ ଦ୍ଵିତୀୟ ବିବାହ କରିଲେ ୭୦ ବର୍ଷ ବୟସ୍କ ଶ୍ବଶୁର। କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲା ବଡ଼ହଲଗଞ୍ଜ ଥାନା କ୍ଷେତ୍ରରେ ଏଭଳି ହିଁ ଏକ ଘଟଣା ଘଟିଯାଇଛି। ଉଭୟେ ପରସ୍ପରକୁ ବରମାଳା ପିନ୍ଧାଇ ବିବାହ କରିଥିବା ବେଳେ ସେମାନଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Marriage

ମିଳିଥିବା ସୂଚନା ଅନୁଯାଇ ବଡ଼ହଲଗଞ୍ଜ ଥାନାରେ ଚୌକିଦାର ଥିବା କୈଳାଶ ଯାଦବଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀ ୧୨ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ତେବେ, କୈଳାସଙ୍କ ତୃତୀୟ ପୁତ୍ର ବିବାହିତ ହୋଇଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ଏବଂ ବୋହୂ ପୂଜା ବିଧବା ହୋଇ ଯାଇଥିଲେ।

Kailash

ତେବେ, ସମାଜର ଟାହିଟାପରାକୁ ଭୁକ୍ଷେପ ନକରି କୈଳାସ ନିଜର ବିଧବା ବୋହୂକୁ ହିଁ ବିବାହ କରିଥିଲେ। ଏଥିରେ ଉଭୟଙ୍କର ସମ୍ମତି ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ ଉଭୟଙ୍କର ଏହି ବିବାହକୁ ଗାଁ ଲୋକେ ସହଜରେ ଗ୍ରହଣ କରିପାରିନାହାଁନ୍ତି। ସମାଜ ପାଇଁ ଏହା ଏକ ଖରାପ ଉଧାହରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ଏଥିନେଇ ଉଭୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।