ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ବାତିଲ୍‌ ହେବାକୁ ଯାଉଛି ୭୦ ଲକ୍ଷ ରାସନ୍‌ କାର୍ଡ, ଜାଣନ୍ତୁ ଏହାର କାରଣ

 
Rasan card

ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ସତର୍କଘଣ୍ଟି। ସରକାର ୭୦ ଲକ୍ଷରୁ ଅଧିକ ରାସନ କାର୍ଡକୁ ରଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରକୃତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ମୋଦି ସରକାର ୭୦ ଲକ୍ଷରୁ ଅଧିକ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରିଛନ୍ତି। ସନ୍ଧିକ୍ତ କାର୍ଡଧାରୀଙ୍କ ଲିଷ୍ଟ ଗୁଡ଼ିକୁ ପୁନର୍ବାର ଯାଞ୍ଚ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇ ଦିଆଯାଇଛି।

Ration card

 ଏଥର ପ୍ରାୟ ୭୦ ଲକ୍ଷ ରାସନ କାର୍ଡ଼କୁ ତୃଣମୂଳ ସ୍ତରରେ ଯାଞ୍ଚ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯାଞ୍ଚ ସରିବା ପରେ ରାସନ କାର୍ଡ଼ ପାଇବା ପାଇଁ ଅନୁପଯୁକ୍ତ ବ୍ୟକ୍ତିଙ୍କ କାର୍ଡ଼ ରଦ୍ଧ କରାଯିବ। ତାଙ୍କ ସ୍ଥାନରେ ଅନ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ଏହା ପ୍ରଦାନ କରାଯିବ। ଏହି ୭୦ ଲକ୍ଷ କାର୍ଡଧାରୀଙ୍କ ମଧ୍ୟରୁ ୫୦-୬୦ ପ୍ରତିଶତ କାର୍ଡ଼ ହଡ଼ପ କରିଥିବା ଅନୁମାନ କରାଯାଉଛି। ଏହା ଏକ କ୍ରମାଗତ ପ୍ରକ୍ରିୟା ହୋଇଥିବା ବେଳେ ଏହା ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ କାର୍ଡ ବାତିଲ କରାଯାଇ ସାରିଛି।

Ration card

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୯ ବର୍ଷ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ୪.୭୪ କୋଟି ରାସନ କାର୍ଡ ବାତିଲ କରାଯାଇଛି। ୨୦୧୬ ମସିହାରେ ୮୪ ଲକ୍ଷରୁ ଅଧିକ ରାସନ କାର୍ଡ଼ ବାତିଲ କରାଯାଇଥିଲା ଯାହାକି ଏକ ରେକର୍ଡ଼ ଅଟେ। ଗତ ୯ ବର୍ଷ ମଧ୍ୟରେ ଏତେ ସଂଖ୍ୟକ ରାସନ କାର୍ଡ଼ ବାତିଲ ହେବା ଯୋଗୁ ପ୍ରାୟ ୧୯ କୋଟି ଲୋକ ଉପକୃତ ହୋଇଥିବା ଜଣାଯାଇଛି।