ମାତ୍ର ୭ ବର୍ଷ ବୟସରେ ଖେଳକୁଦ ଛାଡ଼ି ଜୋମାଟୋ ବୟ ସାଜିଛି ଏହି ନାବାଳକ, କାରଣ ଜାଣି ହେବେ ଦୁଃଖିତ

 
Zomato boy

ଯେଉଁ ବୟସରେ ପାଠପଢ଼ିବା ଏବଂ ଖେଳକୁଦ କରିବା କଥା ସେହି ବୟସରେ ପରିବାରର ଦାୟିତ୍ୱ ସମ୍ଭାଳିଛି କୁନି ପୁଅ। ମାତ୍ର ୭ ବର୍ଷ ବୟସରେ ସାଇକେଲ ଧରି ଜୋମାଟୋ ବୟ ସାଜିଥିବା ଏହି ପିଲାଟିର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏକ ଦୁର୍ଘଟଣା ପରେ ବାପା କାମକୁ ଯାଇ ପାରୁନଥିବାରୁ ପରିବାରର ସମସ୍ତ ବୋଝ ସମ୍ଭାଳୁଛି ଏହି କୁନି ପୁଅ।

Zomato

ସବୁଠାରୁ ବଡ଼ କଥା ହେଉଛି ଏତେ ଝଡ଼ ଝଞ୍ଜା ସତ୍ତ୍ୱେ ପିଲାଟି ନିଜର ସ୍ୱପ୍ନକୁ ଭୁଲି ଯାଇନାହିଁ। ଦିନରେ ସେ ବହି ବସ୍ତାନୀ ଧରି ସ୍କୁଲକୁ ପାଠ ପଢିବାକୁ ଯାଉଥିବା ବେଳେ ସନ୍ଧ୍ୟା ସମୟରେ ଜୋମାଟୋ ବ୍ୟାଗ୍ ଧରି ଖାଦ୍ୟ ବିତରଣ କରୁଥିବା ଦେଖିବାକୁ ମିଳିଛି। ସାଙ୍ଗମାନେ ସ୍କୁଲ ଛୁଟି ହେବାପରେ ଖେଳିବାକୁ ବାହାରି ଯାଉଥିବା ବେଳେ ଏହି ପିଲାଟି ନିଜର ପରିବାର ପୋଷିବା ପାଇଁ ରାତି ୧୧ ପର୍ଯ୍ୟନ୍ତ ଖାଦ୍ୟ ଡେଲିଭେରୀ କରୁଥିବା ଜଣାପଡ଼ିଛି।


ରାହୁଲ ମିତ୍ତଲ ନାମକ ଜଣେ ଟ୍ୱିଟର ୟୁଜର ଏହି ଭିଡ଼ିଓଟିକୁ ସେୟାର କରିଥିଲେ। ଚାହୁଁ ଚାହୁଁ ଭିଡ଼ିଓଟି ଭାଇରାଲ ହୋଇ ଯାଇଥିଲା ଏବଂ ଏପର୍ଯ୍ୟନ୍ତ ସୁଦ୍ଧା ଏଥିରେ ୩୪,୦୦୦ ରୁ ଅଧିକ ଭିୟୁ ଆସି ସାରିଛି। କିଛି ୟୁଜର ବାଳକକୁ ପ୍ରଶଂସା କରୁଥିବା ବେଳେ କିଛି ଏହାକୁ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ପିଲାଟିର ଏବଂ ତା ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଶାସନକୁ ଲୋକେ ନିବେଦନ କରିଛନ୍ତି।