ଦରଦାମ୍ ବୃଦ୍ଧିକୁ ନେଇ ମୋଦିଙ୍କ ପାଖକୁ ଚିଠି ଲେଖିଲା ୬ ବର୍ଷର କୁନିଝିଅ, ଚିଠିରେ ଲେଖିଦେଇଛି ଏହି ବଡ଼ କଥା, ଜାଣନ୍ତୁ

 
Modi

ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇ ଦେଶର ନିମ୍ନ ଏବଂ ମଧ୍ୟମ ବର୍ଗର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ୬ ବର୍ଷର ଏକ ଛୋଟ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଖୁବ ଭାଇରାଲ ହେଉଛି। ପେନସିଲ୍ ଏବଂ ରବରର ଦର ବଢ଼ିଯାଇଥିବାରୁ ଏହାକୁ ମାଗିଲେ ମାଆ ବାଡ଼ଉଥିବା ଚିଠିରେ ଉଲ୍ଲେଖ କରାଯାଇଛି।

Kirti

ମିଳିଥିବା ସୂଚନା ଅନୁଯାଇ ଝିଅଟିର ନାମ କୀର୍ତ୍ତି ଦୁବେ ଅଟେ। ମାତ୍ର ୬ ବର୍ଷ ବୟସର କୀର୍ତ୍ତି ଉତ୍ତରପ୍ରଦେଶ କୌନଜର ବାସିନ୍ଦା ଅଟେ। ସେ ନିଜର ଚିଠିରେ ଲେଖିଛନ୍ତି ଯେ,"ପ୍ରଧାନମନ୍ତ୍ରୀ, ମୋର ନାମ କୀର୍ତ୍ତି ଦୁବେ ଅଟେ। ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢ଼େ। ମୋଦି ଜୀ ଆପଣ ଦର ବଢ଼ାଇଛନ୍ତି। ଏପରିକି ପେନ୍ସିଲ ରବର ମଧ୍ୟ ମହଙ୍ଗା ହୋଇଛି। ମ୍ୟାଗିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମୁଁ ମୋ ପେନ୍ସିଲ ମାଗିବାକୁ ମୋ ମା ବାଡ଼ଉଛି। ମୁଁ କ’ଣ କରିବି?  ପିଲାମାନେ ମୋର ପେନ୍ସିଲ ଚୋରି କରିନେଉଛନ୍ତି।"

Letter

ଏହି ଚିଠିଟି ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି। ତେବେ ଝିଅ ଲେଖିଥିବା ଏହି ଚିଠିକୁ ସମର୍ଥନ କରିଛନ୍ତି କୀର୍ତ୍ତିଙ୍କ ବାପା ତଥା ଓକିଲ ବିଶାଲ ଦୁବେ। ଏହା ତାଙ୍କ ଝିଅର 'ମନ୍ କି ବାତ୍' ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହିତ ସ୍କୁଲରେ ପେନସିଲ୍ ହଜାଇ ଦେଉଥିବାରୁ ତାର ମାଆ ତାକୁ ଗାଳି କରିଥିବା ସେ ସ୍ୱୀକାର କରିଛନ୍ତି। ଛୋଟ ଝିଅଟିର ଚିଠି ଭାଇରାଲ ହେବାପରେ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଛବିରାମ ଏସଡିଏମ ଅଶୋକ କୁମାର ଗଣମାଧ୍ୟମକୁ କହିଛନ୍ତି।