ସଡ଼କ ଦୁର୍ଘଟଣାରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ୬ଜଣ ସଂପର୍କୀୟଙ୍କ ମୃତ୍ୟୁ, ଜାଣନ୍ତୁ ପୂରା ଖବର

 
Sushant Singh Rajput

ଶବଦାହ କରି ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଗୋଟିଏ ପରିବାରର ୬ ଜଣଙ୍କ ଜୀବନ। ତେବେ, ମୃତ ବ୍ୟକ୍ତିମାନେ ଦିବଂଗତ ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଦୂର ସମ୍ପର୍କୀୟ ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ଆଉ ଚାରିଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି।

Accident

ମିଳିଥିବା ସୂଚନା ଅନୁଯାଇ ସମସ୍ତେ ଶବଦାହରେ ଯୋଗଦେବା ପରେ ଏକ ସୁମୋ କାର ଯୋଗେ ଜାମୁଇରୁ ଫେରୁଥିଲେ, ଏହି ସମୟରେ ଗାଡ଼ିଟି ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଆଜି ସକାଳେ ଲଖିସରାଇ ଜିଲ୍ଲାର ସିକଚନ୍ଦ୍ର-ଶେଖପୁରା ଏନଏଚ-୩୩୩ର ହାଲସି ପୁଲିସ ଷ୍ଟେସନ ଅଞ୍ଚଳର ପିପ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

Accident

ତେବେ, ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ଜୀବନ ଚାଲିଯାଇଥିଲା। ଦୁର୍ଘଟଣାରେ ଆହତ ଆଉ ୪ ଜଣଙ୍କୁ ଜାମୁଇର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।