ବ୍ୟାଙ୍କ ଭୁଲ୍ ବଶତଃ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଇଦେଲେ ୫.୫ ଲକ୍ଷ, ଟଙ୍କା ମାଗିବାରୁ କହିଲେ, ମତେ ମୋଦି ଦେଇଛନ୍ତି ମୁଁ...

 
Modi money

ବ୍ୟାଙ୍କର ଭୁଲ ହେତୁ ଅନେକ ଥର ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଇଥାଏ, ଏଥିପାଇଁ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ, କିନ୍ତୁ ଏଥର ଏଭଳି ଏକ ଭୁଲ ନିଜେ ବ୍ୟାଙ୍କ ଉପରେ ଭାରୀ ପଡିଯାଇଛି। ବିହାରର ଜଣେ ବ୍ୟକ୍ତି ଭୁଲରେ ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ଫେରସ୍ତ କରିବାକୁ ମନା କରି ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି ଏହି ବ୍ୟକ୍ତି ଜଣକ ଅଦ୍ଭୁତ ଯୁକ୍ତି ଦେଇଛନ୍ତି ଯାହାକୁ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ବ୍ୟକ୍ତି ଜଣକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଛନ୍ତି।

Money

ବିହାରର ଖାଗରିଆ ଜିଲ୍ଲାରେ ବ୍ୟାଙ୍କର ଭୁଲ ହେତୁ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ 5.5 ଲକ୍ଷ ଟଙ୍କା ଆସି ଯାଇଥିଲା। ଏହି ଅର୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଛନ୍ତି ବୋଲି ଦାବି କରି ସେ ଟଙ୍କା ଫେରସ୍ତ କରିବାକୁ ମନା କରି ଦେଇଛନ୍ତି। ଖାଗରିଆରେ ଗ୍ରାମୀଣ ବ୍ୟାଙ୍କ ଭୁଲରେ ମାନସୀ ପୋଲିସ ଷ୍ଟେସନ ଅଧୀନରେ ଥିବା ବଖତିଆରପୁର ଗାଁର ମୂଳ ବାସିନ୍ଦା ରଞ୍ଜିତ ଦାସଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଏବଂ ପରେ ଏହାକୁ ଫେରସ୍ତ ପାଇଁ ଅନେକ ନୋଟିସ ଦେଇଥିଲେ, କିନ୍ତୁ ରଞ୍ଜିତ ଦାଶ ଏହି ଟଙ୍କା ଫେରସ୍ତ କରିବାକୁ ମନା କରିଦେଇଥିଲେ।

Modi

ରଞ୍ଜିତ ଦାସ କହିଛନ୍ତି, 'ଚଳିତ ବର୍ଷ ମାର୍ଚ୍ଚରେ ଟଙ୍କା ପାଇବା ପରେ ମୁଁ ବହୁତ ଖୁସି ଥିଲି। ମୁଁ ଭାବିଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟରେ 15 ଲକ୍ଷ ଟଙ୍କା ଜମା କରିବାକୁ ପ୍ରତିଶୃତି ଦେଇଛନ୍ତି, ଯେଉଁଥିରୁ ଏହା ପ୍ରଥମ କିସ୍ତି ହୋଇପାରେ। ମୁଁ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଲି। ବର୍ତ୍ତମାନ ମୋ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ। ମାନସୀ ଷ୍ଟେସନ ଦାୟିତ୍ୱରେ ଥିବା ଦୀପକ କୁମାର କହିଛନ୍ତି ଯେ ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ ଉପରେ ଆମେ ରଣଜିତ ଦାସଙ୍କୁ ଗିରଫ କରିଛୁ, ଅଧିକ ତଦନ୍ତ ଚାଲିଛି।