ଋଣ ସୁଝିନପାରି ୫୨ ବର୍ଷର ବୁଢା ବର ସହ ନିଜ ୧୬ ବର୍ଷ ଝିଅର ବାହାଘର କରେଇଦେଲେ ବାପା, ଜାଣନ୍ତୁ ପୁରା ଘଟଣା

 
Jhia bapa

ପିଲାମାନଙ୍କ ପାଇଁ ତାଙ୍କ ବାପା, ମା ଏକ ନିବିଡ଼ ବିଶ୍ୱସନୀୟ ଢ଼ାଲ ପରି । ଅନ୍ୟ କେହି ପିଲା ସହ ଅନ୍ୟାୟ କଲେ ପିଲାଟି ଜଣାଇ ଥାଏ ନିଜ ବାପା, ମାଙ୍କୁ। ହେଲେ ଥରେ ଭାବିଦେଖିଲେ ଯେତେବେଳେ ବାପା ମା ନିଜ ପିଲାର ଅନ୍ୟାୟ କରିବସନ୍ତି ତେବେ କଣ କରିବ ସେ ପିଲାଟି। କାହା ଆଗରେ ଜଣାଇବ ଦୁଃଖ। କେହି କେହି ନିଜ ଭାଗ୍ୟକୁ ଚିରକାଳ ନିନ୍ଦି ମରି ମରି ବଞ୍ଚୁଥିବା ବେଳେ ଖୁବ୍ କମ୍ ଅଛନ୍ତି ଯେଉଁମାନେ ଏଭଳି ପରିସ୍ଥିତିରେ ନିଜ ପାଇଁ ଲଢେ଼ଇ କରନ୍ତି।

Bahaghara

ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡରେ। ଜଣେ ବାପା ନିଜର କରଜ ସୁଝି ନପାରି ଏକ ୫୨ବର୍ଷୀୟ ଲୋକଙ୍କ ସହିତ ବିବାହ କରିଦେଇଛନ୍ତି ନିଜର ୧୬ ବର୍ଷର ନାବାଳିକା ଝିଅକୁ। ଝିଅ ବିରୋଧ ସତ୍ତ୍ୱେ ବାଧ୍ୟ କରି ବିବାହ କରିଦେଇଥିଲେ। ପରେ ଝିଅଟି ଝାଡଖଣ୍ଡ SP କାର୍ଯ୍ୟାଳୟରେ ଏଥି ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ଜଣକ କୌଣସି ପଦକ୍ଷେପ ନେଇ ନ ଥିଲେ। ପରେ ଏତିକିରେ ବି ହାର ମାନି ନ ଥିଲେ ଝିଅଟି।

g

ନିଜ ଅଭିଯୋଗକୁ ନେଇ ସେ ସଂପୃକ୍ତ DIG ଙ୍କ ପାଖକୁ ମଧ୍ୟ ଯାଇଥିଲେ। ହେଲେ DIG ମଧ୍ୟ କୌଣସି ପଦକ୍ଷେପ ନ ନେଇ ଘଟଣାଟିକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେଇଥିଲେ।ଏବେ ଝିଅଟି ହୋଇ ଯାଇଥିଲେ ସମ୍ପୂର୍ଣ୍ଣ ଏକଲା। ସାହାରା ବୋଲି ଯେଉଁ ନ୍ୟାୟ ବ୍ୟବସ୍ଥାକୁ ସେ ଭାବୁଥିଲା ସେ ନ୍ୟାୟ ବ୍ୟବସ୍ଥା ମଧ୍ୟ ତାର ସାଥ ଦେଲା ନାହିଁ।

ହେଲେ ଏବେ ଝିଅଟି ସୋସିଆଲ ମିଡିଆରେ ଏକ ଭିଡ଼ିଓ କରି ନିଜର ସବୁ ଅଭିଯୋଗକୁ ବୟାନ କରିଛି।ଏହି ଭିଡିଓଟିରେ ଝିଅଟି କହିଛି ଯେ, ତାର ସ୍ଵାମୀ ଏବଂ ଶାଶୁ ଘର ଲୋକେ ତା ଉପରେ ଅତ୍ୟାଚାର କରୁଛନ୍ତି। ତାର ସ୍ବାମୀ ତାଙ୍କ ମନଇଚ୍ଛା ତାର ଶରୀରକୁ ଉପଭୋଗ କରୁଛନ୍ତି। ଏପଟେ ତାର ମା ଦୁଇ ବର୍ଷ ତଳେ ମରିଯାଇଥିବା ହେତୁ ତାର ବାପା ଦ୍ଵିତୀୟ ବିବାହ କରିଛନ୍ତି। ସାବତ ମା ମଧ୍ୟ ଭଲ ପାଏ ନାହିଁ ଝିଅକୁ ଯାହାଫଳରେ ଝିଅକୁ ବାହା କରିଦେଲା ଏହି ବୟସ୍କ ବ୍ୟକ୍ତିକୁ।ସେ ତାର ଜୀବନ ହାରିବାକୁ ଯାଉଛି ବୋଲି ମଧ୍ୟ କହିଛି ଏହି ଭିଡିଓରେ। ଯେଉଁଥିପାଇଁ ତାର ଘର ପରିବାର ଲୋକେ ଓ ଶାଶୁଘର ଲୋକେ ଦାୟୀ ରହିବେ ବୋଲି ସେ କହିଛନ୍ତି।