ବାହାଘରରେ ଖର୍ଚ୍ଚ ହେଲା ୫୦୦ କୋଟି, କନ୍ୟାର ମୁଣ୍ଡରୁ ଗୋଡ଼ ଯାଏଁ ୯୦ କୋଟିର ଗହଣା, ପୁରା ବାହାଘର ବିଷୟରେ ଜାଣି ହେବେ ତାଜୁବ୍

 
500 core marriage
ବାହାଘରରେ ଖର୍ଚ୍ଚ ହେଲା ୫୦୦ କୋଟି । ସାଜ ସଜ୍ଜା ଏପରି ଥିଲା ଯାହା ହୁଏ ତ ଆପଣ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ । ଯେତେବେଳେ ବିବାହ କଥା ଉଠେ ସେଥିରେ ସବୁଠାରୁ ଆଗରେ ରହୁଥିବା ଦେଶ ହେଉଛି ଭାରତ । ଭାରତର ତଥା ହିନ୍ଦୁ ଧର୍ମ ଅନୁସାରେ ବାହାଘରର ରିତି ନୀତି ଓ ପରମ୍ପରା ସବୁଠାରୁ ଅଲଗା ଓ ଦିର୍ଘ ଦିନ ଧରି ହୋଇଥାଏ ।

Marriage

ଗୋଟିଏ ସାଧାରଣ ଲୋକ ବି ନିଜ ପୁଅ କିମ୍ବା ଝିଅର ବାହାଘର ବେଳେ ନିଜ ସାମର୍ଥ୍ୟ ଠାରୁ ଅଧିକ ଖର୍ଚ୍ଚ କରିବାକୁ ଚେଷ୍ଟା କରିଥାଏ । କାରଣ ଭାରତରେ ବିବାହକୁ ଏକ ବଡ଼ ଉତ୍ସବ ବୋଲି ମନା ଯାଇଥାଏ । ତେଣୁ କରି ଏହାର ସାଜ୍ଜ ସଜ୍ଜା , ଭୋଜି ଆଦି ମଧ୍ୟ ସେହିପରି ହୋଇଥାଏ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆଗକୁ ଆସୁଛି ବାହାଘର ସିଜିନ । ଆମେ ଆଜି ଆପଣଙ୍କୁ ଏକ ଏମିତି ବିଭାଘର ବିଷୟରେ କହିବାକୁ ଯାଉଛୁ ଯାହାର ବଜେଟ୍ ଶୁଣିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ । ଏପରି ଅନେକ ଛୋଟ ଛୋଟେଦେଶ ଗୁଡ଼ିକ ରହିଛି ଯେଉଁ ମାନଙ୍କର ବାର୍ଷିକ ବଜେଟ୍ ସହିତ ଏହା ସମାନ । 

ଏପରି ଏକ ବିବାହ ଦେଖିବାକୁ ମିଳିଥିଲା କର୍ଣ୍ଣାଟକରେ । ୨୦୧୬ ମସିହା ନଭେମ୍ବର ୬ ତାରିଖରେ ଏହି ବାହାଘର ହୋଇଥିଲା । କର୍ଣ୍ଟାଟକର ପୂର୍ବତନ ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ତାଙ୍କ ଝିଅ ବ୍ରାହ୍ମଣୀ ରେଡ୍ଡୀଙ୍କ ପାଇଁ ଏଭଳି ବିବାହର ଆୟୋଜନ କରିଥିଲେ । ତାଙ୍କ ଝିଅ ବ୍ରାହ୍ମଣୀ ରେଡ୍ଡୀଙ୍କର ହାଇଦ୍ରାବାଦ୍ ର ବିଜନେସମ୍ୟାନ ବିକ୍ରମ ଦେବ ରେଡ୍ଡୀଙ୍କ ପୁଅ ରାଜୀବ ରେଡ୍ଡୀଙ୍କ ସହ ହୋଇଥିଲା । 

Marriage

ଏହି ବିବାହରେ ଜନାର୍ଦ୍ଦନ ରେଡ୍ଡୀ ମୋଟ୍ ୫୦୦ କୋଟି ଖର୍ଚ୍ଚ କରିଥିଲେ । ସେ ଏହି ବିବାହକୁ ଆସୁଥିବ ଅତିଥି ମାନଙ୍କ ପାଇଁ ଥ୍ରି ଷ୍ଟାର ଓ ଫାଇବ ଷ୍ଟାର୍ ରେ ପ୍ରାୟ ୧୫୦୦ ରୁମ୍ ବୁକ୍ କରିଥିଲେ । ଏହା ସହିତ ଅତିଥି ମାନଙ୍କୁ ଷ୍ଟେସନ୍ ଓ ଏୟାର୍ ପୋର୍ଟ ରୁ ଆଣିବା ପାଇଁ ହେଲିକ୍ୟାପ୍ଟର ଓ ଟାକ୍ସିର ବ୍ୟବସ୍ଥା କରିଥିଲେ । 

ଏହି ବିବାହରେ ବ୍ରାହ୍ମଣୀ ପିନ୍ଧିଥିବା ନାଲି କାଞ୍ଜିବରମ୍ ଶାଢ଼ୀର ଦାମ୍ ଥିଲା ୧୭ କୋଟି । ଏହା ସହିତ ସେ ପାଖା ପାଖି ୯୦ କୋଟିର ଗହଣା ପିନ୍ଧିଥିଲେ । ଏପରିକି ତାଙ୍କର ମେକ୍ ଅପ୍ ପାଇଁ ପାଖା ପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଇଥିଲା ।