ଚୁଡା, ମୁଢ଼ି ଉପରେ GST ମାଡ଼! ସୋମବାର ଠାରୁ ଏହି ୧୬ଟି ସାଧାରଣ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଉପରେ ଲାଗୁହେବ ୫% ଟିକସ, ଜାଣନ୍ତୁ

 
Gst

ଆମ ଓଡ଼ିଆଙ୍କର ସ୍ନାକ୍ସ କହିବାକୁ ଗଲେ ଚୁଡା ଏବଂ ମୁଢ଼ିକୁ ହିଁ ବୁଝାଏ। ସକାଳୁ ହେଉ ଅଥବା ସନ୍ଧ୍ୟା ସମୟରେ ଏହା ଆମର ପ୍ରଥମ ପସନ୍ଦ ହୋଇଥିବା ବେଳେ ଖାସ୍ କରି ବାଲେଶ୍ୱର, ମୟୁରଭଂଜ ଆଦି ଜିଲ୍ଲାରେ ଏହାକୁ ଏକ ପ୍ରମୁଖ ଖାଦ୍ୟ ଭାବରେ ଗ୍ରହଣ କରାଯାଇଥାଏ। କିନ୍ତୁ, ସରକାର ମୁଢ଼ି, ଚୁଡା, ଖଇ, ଉଖୁଡ଼ା ଆଦି ଖାଦ୍ୟ ଉପରେ ଜିଏସଟି ବସାଇବାକୁ ଯାଉଥିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Mudhi

ଏହି ସବୁ ଖାଦ୍ୟ ପଦାର୍ଥ ବ୍ୟତୀତ ଦୁଗ୍ଧଜାତ ପଦାର୍ଥ ପାଇଁ ମଧ୍ୟ ଜିଏସଟି ଦେବାକୁ ହେବ। ଅବଶ୍ୟ କେବଳ ପୂର୍ବରୁ ପ୍ୟାକିଂ ହୋଇ ରହିଥିବା ଖାଦ୍ୟ ପଦାର୍ଥ ଉପରେ ହିଁ ଏହା ଲାଗୁ କରାଯିବ। ଏହା ବ୍ୟତୀତ ଖୋଲା ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ କିମ୍ବା ଗ୍ରାହକ ମାନଙ୍କ ଆଗରେ ପ୍ୟାକିଂ କରାଯାଉଥିଲେ ଏଥିରେ କୌଣସି ପ୍ରକାର ଟିକସ୍ ଦେବାକୁ ପଡିବ ନାହିଁ।

Gst

ଘୋଳଦହି, ବସାଦହି, ଲସି, ପନିର, ଗୁଡ଼, ମହୁ, ମୁଢ଼ି, ଚୁଡ଼ା, ଖଇ, ଉଖୁଡ଼ା, ଚାଉଳ, ଚାଉଳ ଚୁନା, ଗହମ, ଅଟା, ବାର୍ଲି, ଓଟ୍ସ ଆଦି ନୀତିଦିନିଆ ଖାଦ୍ୟ ପଦାର୍ଥ ଉପରେ ହିଁ ଏଣିକି ୫ ପ୍ରତିଶତ ଟିକସ ଦେବାକୁ ହେବ ବୋଲି ସରକାର ଘୋଷଣା କରିଛନ୍ତି। ସୋମବାର ଅର୍ଥାତ କାଲିଠାରୁ ହିଁ ଏହା ଉପରେ ଜିଏସଟି ଲାଗୁ କରାଯିବ। ଏହାଦ୍ୱାରା ଗରିବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ପରିବାର ଅସୁବିଧାର ସମ୍ମୁଖୀନ ହେବେ ତେଣୁ ଏହି ସବୁ ଖାଦ୍ୟପଦାର୍ଥ ଉପରେ ଟିକସ୍ ହଟାଇବାକୁ ଦାବି କରାଯାଉଛି।