​​​​​ବିଶ୍ୱର ଏହି ୫ ଦେଶ ଯାହାକୁ ଆଜି ପର୍ଯ୍ୟନ୍ତ ଛୁଇଁ ପାରିଲାନାହିଁ କରୋନା!! ପୁରା ଲିଷ୍ଟ ଦେଖିଲେ ତାଯୁବ୍ ହେବେ ଆପଣ…..

 
Corona free country

ଗତ ଦୁଇ ବର୍ଷ ହେବ କରୋନା ସାରା ବିଶ୍ୱକୁ କବଳିତ କରି ରଖିଛି। ଅନେକ ଦେଶରେ ଏହି ସଂକ୍ରମଣ ବଢ଼ୁଥିବାରୁ ଏଥିରେ ବହୁ ଜୀବନ ହାନି ହେବା ସହ ବିଶ୍ୱର ପ୍ରାୟତଃ ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ତେବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏବେ ଯେଉଁ ସମୟରେ କରୋନା ବିଭୀଷିକା ରଚୁଛି, ସେତେବେଳେ ଏମିତି ମଧ୍ୟ କେତେକ ଦେଶ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣର କୌଣସି ମାମଲା ସାମ୍ନାକୁ ଆସିନାହିଁ।

୧.ଉତ୍ତର କୋରିଆ: ବିଶ୍ୱର ସବୁଠାରୁ ଗୁପ୍ତ ଦେଶମାନଙ୍କ ମଧ୍ୟରେ ଗଣିତ ହେଉଥିବା ଉତ୍ତର କୋରିଆରେ ଗତ ବର୍ଷ ଜୁଲାଇ ୨୬ ରେ କରୋନା ସଂକ୍ରମଣର ପ୍ରଥମ ମାମଲା ଦେଖାଦେଇଥିଲା କିନ୍ତୁ ପରେ ଏହା କରୋନା ନୁହେଁ ବୋଲି ସ୍ପଷ୍ଟ କରିଥିଲେ କୋରିଆ ସରକାର। କରୋନା ସଂକ୍ରମଣ ରୋକିବା ପାଇଁ ଜାନୁଆରୀ ୨୧,୨୦୨୦ ଠାରୁ ଉତ୍ତର କୋରିଆ ନିଜ ଦେଶର ସୀମାକୁ ସିଲ୍ କରି ଦେଇଥିଲା, ଯାହା ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶରେ କରୋନାର କୌଣସି ମାମଲା ରୁଜୁ ହୋଇନାହିଁ।

୨.ତୁର୍କମେନିସ୍ତାନ: ଏହି ଦେଶ କାଜାଖସ୍ତାନ, ଉଜବେକିସ୍ତାନ, ତାଜିକିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ଦ୍ୱାରା ଘେରି ହୋଇ ରହିଛି। କରୋନା ଏହି ସବୁ ଦେଶରେ ଆତଙ୍କ ସୃଷ୍ଟି କରିଛି, କିନ୍ତୁ ତୁର୍କମେନିସ୍ତାନରେ ଏପର୍ଯ୍ୟନ୍ତ କୌଣସି ସଂକ୍ରମଣ ମାମଲା ରେକର୍ଡ଼ କରାଯାଇନାହିଁ। ଏହି ଦେଶ ବହୁ ପୂର୍ବରୁ ନିଜ ଦେଶର ସୀମାକୁ ସିଲ୍ କରିଦେଇଥିଲା। ତେବେ ଏହି ଦେଶ ତଥ୍ୟ ଲୁଚାଇଥିବା ନେଇ ଅଭିଯୋଗ ହୋଇଛି।

୩.କିରିବାଟି: ଓସେନିଆରେ ଅବସ୍ଥିତ ଏହି ଦେଶରେ କରୋନା ଭୂତାଣୁ ସଂକ୍ରମଣର କୌଣସି ମାମଲା ରେକର୍ଡ଼ ହୋଇନାହିଁ।  ଏହି ଦେଶରେ ଗତ ଦେଢ଼ ବର୍ଷ ଧରି ଲକଡାଉନ ଚାଲିଛି ଏବଂ ଏଠାରେ ଏପର୍ଯ୍ୟନ୍ତ ସ୍କୁଲ ଗୁଡିକୁ ମଧ୍ୟ ବନ୍ଦ ରଖାଯାଇଛି।

୪.ଟୋଙ୍ଗା: ଗତ ବର୍ଷ ଫେବୃଆରୀରୁ ଟୋଙ୍ଗାରେ ଲକଡ଼ାଉନର କଠୋର ନିୟମ ପ୍ରଣୟନ କରାଯାଇଥିଲା।  ଫିଜିରେ କରୋନାର ପ୍ରଥମ ମାମଲା ରିପୋର୍ଟ ହେବା ମାତ୍ରେ ମାର୍ଚ୍ଚ ୨୯ ତାରିଖରୁ ଏଠାରେ ଲକଡ଼ାଉନ ଘୋଷଣା କରାଯାଇଥିଲା।

୫.ପାଲାଉ: ଏହି ଦେଶରେ ବାହାରୁ ଆସିଥିବା ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା ​​କିନ୍ତୁ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ଗତ ବର୍ଷ ଠାରୁ ଏହି ଦେଶରେ କୌଣସି କରୋନା ମାମଲା ରିପୋର୍ଟ ହୋଇନାହିଁ କିମ୍ବା କାହାର ମୃତ୍ୟୁ ହୋଇ ନାହିଁ।