ବୈଜ୍ଞାନିକଙ୍କ ଚେତାବନୀ: ଜୁନ ୨୨ରେ ଆସିବ କରୋନାର ଚତୁର୍ଥ ଲହର, ଅଗଷ୍ଟରେ ନେବ ପିକ୍, ଜାଣନ୍ତୁ ପୂରା ଖବର

 
Corona

ଭାରତରେ କରୋନାର ତୃତୀୟ ତଥା ଓମିକ୍ରନର ଆତଙ୍କ ସମ୍ପୂର୍ଣ୍ଣ ଭାବରେ ଥମିନଥିବା ବେଳେ ଆଗକୁ ଚତୁର୍ଥ ଲହର ଆସୁଥିବା ନେଇ ଭବିଷ୍ୟବାଣୀ ହୋଇଛି। ଆଗାମୀ ଜୁନ ୨୨ ତାରିଖରୁ ଦେଶରେ ଚତୁର୍ଥ ଲହର ଆରମ୍ଭ ହେବାକୁ ଯାଉଥିବା ନେଇ ଆକଳନ କରାଯାଉଛି। ତେବେ, ଚତୁର୍ଥ ଲହର କେତେ ସଂକ୍ରାମକ ଏବଂ କେତେ ମାତ୍ରାରେ ଭୟଙ୍କର ହେବ ହେବ ସେଥିନେଇ କୌଣସି ସୂଚନା ମିଳିପାରିନାହିଁ।

Corona

ଆଇଆଇଟି କାନପୁରର ମ୍ୟାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ ଡିାର୍ଟମେଣ୍ଟର ପ୍ରଫେସର ଏସପି ରାଜେଶଭାଇ ଓ ଶୁଭରା ଶଙ୍କର ଧର ଏହି ଗବେଷଣାରେ ଭାଗ ନେଇଥିଲେ। ଗବେଷଣା ଅନୁଯାଇ ଚତୁର୍ଥ ଲହର ଅତି କମରେ ୪ ମାସ ଧରି ଲାଗି ରହିବ ଏବଂ ଆଗାମୀ ଅଗଷ୍ଟ ୧୫ ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ହିଁ ଏହା ପିକରେ ପହଞ୍ଚିବ। ପିକ୍ ପରେ ସବୁ ଲହର ପରି କରୋନା ନିମ୍ନଗାମୀ ହେବ।

4th wave

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇଆଇଟି କାନପୁର ପକ୍ଷରୁ ଏହା ପୂର୍ବରୁ କରୋନାକୁ ନେଇ ୩ ଥର ଭବିଷ୍ୟବାଣୀ କରାଯାଇଥିଲା ଯାହାକି ସତ ସାବ୍ୟସ୍ତ ହୋଇଥିଲା। ଏହି ଭବିଷ୍ୟବାଣୀ କରିବା ପାଇଁ ମୂଳତଃ ଗଣିତର ବ୍ୟବହାର କରାଯାଇଥିବା କୁହାଯାଇଛି। କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନ୍ୟ ଦେଶ ଗୁଡିକରେ ମଧ୍ୟ ଏହି ସମୟରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି।