ଟ୍ୟୁସନ୍ ପଢାରୁ ଗଢିଉଠିଲା ସାର୍ ଛାତ୍ରୀ ଭିତରେ ପ୍ରେମ, ୨୦ ବର୍ଷ ଛାତ୍ରୀକୁ ବାହା ହେଲେ ୪୨ ବର୍ଷୀୟ ସାର୍, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sir student

କଥାରେ ଅଛି ପ୍ରେମ ଅନ୍ଧ, ଏହା ନା ବୟସ ମନେ ନା ଧନୀ ଗରିବ। ନିଜ ପ୍ରେମକୁ ସଫଳ କରାଇବା ପାଇଁ ପ୍ରେମୀଯୁଗଳ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। ବିହାର ସମସ୍ତିପୁର ଠାରେ ଏଭଳି ହିଁ ଏକ ଘଟଣା ଘଟିଯାଇଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜଠାରୁ ପ୍ରାୟ ୨୨ ବର୍ଷ ସାନ ଝିଅକୁ ପ୍ରେମ ବିବାହ କରିଛନ୍ତି।

Marriage

ମିଳିଥିବା ସୂଚନା ଅନୁଯାଇ ସମସ୍ତିପୁର ରୋସଡ଼ା ବଜ଼ାରରେ ସଙ୍ଗୀତ କୁମାରଙ୍କର କୋଚିଂ ଇନଷ୍ଟିଚ୍ୟୁଟ୍ ରହିଛି। ୨୦ ବର୍ଷୀୟା ଶ୍ୱେତା କୁମାରୀ ସଙ୍ଗୀତଙ୍କ ପାଖକୁ ଇଂରାଜୀ ପଢ଼ିବା ପାଇଁ ଆସୁଥିଲେ। ତେବେ, ସେହିଠାରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସଙ୍ଗୀତଙ୍କୁ ୪୨ ବର୍ଷ ବୟସ ହୋଇଥିଲେ ହେଁ ଶ୍ୱେତାଙ୍କୁ ବିବାହ କରିଛନ୍ତି।

Sir student

ଉଭୟେ କିଛି ଦିନ ତଳେ ନିକଟସ୍ଥ ଏକ ମନ୍ଦିରରେ ବିବାହ କରିଥିଲେ। ତେବେ, ଏହି ବିବାହକୁ ଆଇନ ସମ୍ମତ କରିବା ପାଇଁ ସେମାନେ କୋର୍ଟ ମ୍ୟାରେଜ୍ ମଧ୍ୟ କରିଛନ୍ତି। ଉଭୟଙ୍କ ବିବାହ ସମୟର କିଛି ଫୋଟୋ ଏବଂ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଉଭୟେ ବର ଓ କନ୍ୟା ବେସ୍ ଖୁସି ନଜ଼ର ଆସୁଥିବା ଦେଖିବାକୁ ମିଳିଛି।