ପୁଅ ଥାଉ ଥାଉ ମା'ର କୋକେଇ ଉଠେଇଲେ ୪ ଝିଅ, ପୂରା ଘଟଣା ଜାଣି ହେବେ ଦୁଃଖିତ, ଦେଖନ୍ତୁ ଭିଡିଓ

 
Kokei

ରୋଗୀଣା ଥିବାବେଳେ ମିଳିଲାନି ଆମ୍ବୁଲାନ୍ସ ସୁବିଧା, କି ମୃତ୍ୟୁ ହେବାପରେ ମିଳିଲାନି ଶବ ଗାଡ଼ି। ଶେଷରେ ମାଆର ମୃତ ଶରୀରକୁ ଖଟିଆରେ ବୋହିଲେ ୪ ଝିଅ। ଆଜିର ଆଧୁନିକ ଯୁଗରେ ଅନେକ ସୁଖଃ ସୁବିଧା ଉପଲବ୍ଧ ହେଉଥିବା ବେଳେ ଏଭଳି ହୃଦୟବିଦାରକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣାଟି ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଘଟିଛି।

Death

ମିଳିଥିବା ସୂଚନା ଅନୁଯାଇ ରିୱାର ମହସୁଆ ଗାଁର ମୋଲିଆ କେଭଟ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇଥିଲେ। କିନ୍ତୁ, ଦୀର୍ଘ ସମୟ ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ନିଜ ପାଖରେ କୌଣସି ଗାଡିର ସୁବିଧା ନ ଥିବାରୁ ବାଧ୍ୟ ହୋଇ ମୋଲିଆଙ୍କ ୪ ଝିଅ ତାଙ୍କୁ ଖଟିଆରେ ଟେକି ଟେକି ଡାକ୍ତରଖାନାରେ ପହଞ୍ଚିଥିଲେ।

କିନ୍ତୁ, ସେଠାରେ ଡାକ୍ତର ମୋଲିଆଙ୍କୁ ମୃତ ଘୋଷଣା କରିଥିଲେ। ମାଆର ମୃତ୍ୟୁ ପରେ ସେମାନଙ୍କର ଦୁଃଖ ଏତିକିରେ ସାରିନଥିଲା। ମୋଲିଆଙ୍କ ଶବକୁ ଗାଁକୁ ଫେରାଇ ନେବା ପାଇଁ ଆମ୍ବୁଲାନ୍ସ କିମ୍ଭା ଶବବୁହା ଗାଡିର ବ୍ୟବସ୍ଥା ହୋଇ ପାରିଲାନାହିଁ। ଯେଉଁଥିପାଇଁ ୪ ଝିଅ ସେହି ଖଟିଆରେ ସେମାନଙ୍କର ମାଆଙ୍କ ଶବକୁ ଘରକୁ ଫେରାଇ ନେଇଥିଲେ। ଏହି ଘଟଣା ପ୍ରଚାର ହେବାପରେ ସ୍ୱାସ୍ଥ୍ୟ ସେବାକୁ ନେଇ ବାହାସ୍ଫଟ ମାରୁଥିବା ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି।