ଗୋଟିଏ ପରିବାରରେ ବାହା ହୋଇଥିଲେ, ଶେଷ କଥା ଲେଖି ଏକାସଙ୍ଗେ ଆତ୍ମହତ୍ୟା କଲେ ୩ ଭଉଣୀ, କାରଣ ଜାଣି ହେବେ ଦୁଃଖିତ

 
Suicide

ଦିନେ ଏକାସାଙ୍ଗରେ ଗୋଟିଏ ପରିବାରରେ ବିବାହ କରିଥିଲେ ତିନି ଭଉଣୀ। କିନ୍ତୁ, ସେମାନେ ସ୍ୱପ୍ନରେ କେବେ ବି ଭାବିନଥିବେ ଯେ ଦିନେ ତାଙ୍କୁ ଏକାସହିତ ଆତ୍ମହତ୍ୟା କରିବାକୁ ହେବ। ନିଜ ସନ୍ତାନ ମାନଙ୍କ ସହିତ ୩ ବିବାହିତା ଭଉଣୀ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ରାଜସ୍ଥାନ ଜୟପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Sisters

ମିଳିଥିବା ସୂଚନା ଅନୁଯାଇ ଏହି ୩ ଭଉଣୀ ଜୟପୁରର ଗୋଟିଏ ପରିବାରର ୩ ଭାଇଙ୍କୁ ବାଲ୍ୟ ବିବାହ କରିଥିଲେ। ୩ ଭଉଣୀ ନିଜ ପ୍ରଚେଷ୍ଟାରେ ପାଠ ପଢିଥିଲେ ହେଁ ସେମାନଙ୍କ ସ୍ୱାମୀ ମୂର୍ଖ ଏବଂ ମଦୁଆ ଥିଲେ। ସବୁଦିନ ସ୍ୱାମୀ ମଦ ପିଇ ମାଡ଼ ମାରିବା ସହିତ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଉଥିବା କୁହାଯାଉଛି।

Deadbody

ତେବେ, ଗତ କିଛିଦିନ ତଳେ ୩ ଭଉଣୀ ଏକାସାଙ୍ଗରେ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ସେମାନଙ୍କ ସନ୍ତାନ ସହିତ ୩ ଜଣଙ୍କ ମୃତ ଦେହ ଏକ କୂଅ ମଧ୍ୟରୁ ମିଳିଥିଲା। ଶିଶୁମାନଙ୍କ ମଧ୍ୟରେ ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଆଉ ଜଣେ ମାତ୍ର ୨୭ ଦିନର ବୋଲି ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଦୁଇ ଭଉଣୀ ମମତା ଏବଂ କମଲେଶ୍ ଗର୍ଭବତୀ ଥିଲେ। ମୃତ୍ୟୁ ପୂର୍ବରୁ ସାନ ଭଉଣୀ ତାଙ୍କ ହ୍ୱାଟ୍ସଆପରେ ରଖିଥିବା ଷ୍ଟାଟସର ସ୍କ୍ରିନଶଟ୍ ପୋଲିସକୁ ମିଳିଛି। ଯେଉଁଥିରେ "ସବୁଦିନ ମରିବା ଅପେକ୍ଷା ଏକାଥରେ ମରିଯିବା ଭଲ" ବୋଲି ଲେଖା ହୋଇଛି। ଏହି ସ୍କ୍ରିନଶଟକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।