ଝିଅ ପାଖରେ ରହି ଜ୍ୱାଇଁ ସହ ହୋଇଗଲା ପ୍ରେମ, ୫୦ ବର୍ଷୀୟା ଶାଶୂକୁ ନେଇ ଫେରାର୍ ହେଇଗଲା ଜ୍ୱାଇଁ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sasu jwain

ପ୍ରେମ ଜାତି, ଧର୍ମ, ବୟସ, ସମ୍ପର୍କ ଏ ସବୁ କିଛି ଦେଖେ ନାହିଁ ସେଥିପାଇଁ ବୋଧେ ପ୍ରେମକୁ ଅନ୍ଧ ବୋଲି କୁହାଯାଏ। କିନ୍ତୁ, ବେଳେ ବେଳେ ଅନ୍ଧ ପ୍ରେମର ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଆମ ସମାଜ କଦାପି ଗ୍ରହଣ କରିନଥାଏ। ବିହାରର ମୁଜାଫରପୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ୫୦ ବର୍ଷ ବୟସ୍କା ଶାଶୂ ସହ ୨୫ ବର୍ଷ ବୟସ୍କ ଜ୍ୱାଇଁ ଫେରାର ହୋଇଯାଇଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଏହି ମାମଲା ମୁଜାଫରପୁର ଜିଲ୍ଲାର ଭୌରକଲାନ୍ ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁରେ ଘଟିଛି। ଖବର ମୁତାବକ ଉକ୍ତ ମହିଳା ଜଣକ ଏଠାରେ ନିଜ ଝିଅକୁ ବାହା ଦେଇଥିଲେ। ତେବେ ଏହାରି ମଧ୍ୟରେ ମହିଳାଙ୍କର ନିଜ ଜ୍ୱାଇଁ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଫଳରେ ଦୁହେଁ ପ୍ରାୟ ୧୦ ମାସ ପୂର୍ବରୁ ଘର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଘଟଣା ବିଷୟରେ ଘର ଲୋକେ ସୂଚନା ପାଇଥିଲେ ମଧ୍ୟ ସେମାନେ ଏଥିନେଇ ପୋଲିସ ପାଖରେ କୌଣସି ଅଭିଯୋଗ କରିନଥିଲେ।

ତେବେ ପ୍ରାୟ ୧୦ ମାସ ପରେ ଶାଶୂ ଓ ଜ୍ୱାଇଁ କୋର୍ଟ ମ୍ୟାରେଜ କରି ଘରକୁ ଫେରିଥିଲେ। ଯାହାକୁ ନେଇ ମହିଳାଙ୍କ ଝିଅ ପ୍ରତିବାଦ କରିଥିଲେ ଫଳରେ ସେଠାରେ ହଙ୍ଗାମା ହେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ଘଟଣା ବିଷୟରେ ପୋଲିସ ପାଖରେ ଖବର ପହଞ୍ଚିବାରୁ ପୋଲିସ ଶାଶୂ ଜ୍ୱାଇଁଙ୍କୁ ଥାନାକୁ ନେଇଯାଇ ସେମାନଙ୍କ ଉପରେ ଘରର ଶାନ୍ତି ଭଙ୍ଗ କରିଥିବାରୁ ଚାଲାଣ ଆଦାୟ କରିଥିଲା। ତେବେ ଶାଶୂ ଜ୍ୱାଇଁଙ୍କ ପ୍ରେମ କାହାଣୀକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।