ଚାକରାଣୀ ପାଇଁ ରହିଛି ମାସକୁ ୧୬ ଲକ୍ଷର ଦରମା, ତଥାପି କରିବାକୁ କେହି ମିଳୁନାହାନ୍ତି, କାରଣ ଜାଣି ହେବେ ତାଜୁବ୍

 
Cakarani

ଆମ ଦେଶରେ ବେକାରୀ ସମସ୍ୟା ଏତେ ଅଧିକ ଯେ ଲୋକମାନେ କେବଳ ଚାକିରି ଏବଂ ଭଲ ଟଙ୍କା ପାଇଁ ଯେକୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ । ଭାବନ୍ତୁ ଏପରି ଏକ ଚାକିରୀ ଅଛି, ଯାହା ଘରେ ରହିବାକୁ 2 କୋଟି ଟଙ୍କା ପ୍ରଦାନ କରୁଛି, କିନ୍ତୁ ଏହା ସହିତ ଲାଗିଥିବା ସର୍ତ୍ତଗୁଡିକ ଏପରି ଯେ ଲୋକମାନେ ଚାକିରି ନେବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି ।

Maid

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ ଚାଇନାରେ ଏହି ଚାକିରି ଦିଆଯାଉଛି । ଏଠାରେ, ସାଂଘାଇ ସହରରେ ରହୁଥିବା ଜଣେ ମହିଳା ନିଜ ପାଇଁ ବ୍ୟକ୍ତିଗତ ଚାକରାଣୀ ଖୋଜୁଛନ୍ତି, ଯିଏ 24 ଘଣ୍ଟା ପାଇଁ ପ୍ରତ୍ୟେକ ଛୋଟ ଏବଂ ବଡ ଜିନିଷର ଯତ୍ନ ନେବେ । ଏହି କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ 16 ଲକ୍ଷରୁ ଅଧିକ ବେତନ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି ।

ବାର୍ଷିକ ପ୍ୟାକେଜ୍ ପ୍ରାୟ 2 କୋଟି ଟଙ୍କା :-

ଏହି ପୋଷ୍ଟ ପାଇଁ ଏକ ବିଜ୍ଞାପନ ଦିଆଯାଇଛି । ବିଜ୍ଞାପନ ଅନୁଯାୟୀ, ଚାକରାଣୀକୁ ମାସିକ 1,644,435.25 ଟଙ୍କା ଅର୍ଥାତ୍ ମାଲିକାଣୀଙ୍କ ଠାରୁ ଏକ ବର୍ଷ ପାଇଁ 1.97 କୋଟି ଟଙ୍କା ବେତନ ଦିଆଯିବ । ଏହି ଚାକିରି ପାଇଁ ଆବେଦନକାରୀଙ୍କ ଉଚ୍ଚତା 165 ସେମି ଥିବାବେଳେ ଓଜନ 55 କିଲୋଗ୍ରାମରୁ କମ୍ ହେବା ଆବଶ୍ୟକ । ସେ ନିଶ୍ଚିତ ଭାବରେ ଦ୍ୱାଦଶ କିମ୍ବା ତଦୁର୍ଦ୍ଧ ଅଧ୍ୟୟନ କରିଥିବା ଆବଶ୍ୟକ । ଦେଖିବାକୁ ସଫା ସୁତୁରା ହୋଇଥିବା ସହ ନାଚ-ଗୀତ କରିପାରୁଥିବ । ଗୃହରକ୍ଷୀ ସେବା ଦ୍ୱାରା ଦିଆଯାଇଥିବା ଏହି ବିଜ୍ଞାପନ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ବାହାଘର ବେଦୀ ଉପରେ ଯୌତୁକରେ ବାଇକ୍‌ ମାଗିଲା ବର, ସମସ୍ତଙ୍କ ସାମ୍ନାରେ ଚପଲରେ ପିଟିଲେ ଶ୍ୱଶୁର

ଚାକରାଣୀ ନୁହେଁ 'ଦାସୀ'ର ଆବଶ୍ୟକ :-

କୌତୁକିଆ କଥା ହେଉଛି, ଯେଉଁ ମହିଳାଙ୍କର ଜଣେ ଚାକରାଣୀ ଦରକାର, ସେ ପୂର୍ବରୁ 2 ଜଣ ଚାକରାଣୀଙ୍କୁ ପାଖରେ ରଖିଛନ୍ତି । ସେମାନେ 12 ଘଣ୍ଟା ଲେଖାଏଁ ସିପ୍ଟ ହିସାବରେ କାମ କରୁଛନ୍ତି । ସେମାନଙ୍କୁ ମଧ୍ୟ ଏହି ସମାନ ଦରମା ମିଳୁଛି । ଏବେ ତାଙ୍କୁ ଏମିତି ଜଣେ ଚାକରଣୀ ଦରକାର ପଡ଼ୁଛି, ଯାହାର ସ୍ୱାଭିମାନ ବିଲକୁଲ ନଥିବ କାରଣ ତାଙ୍କୁ ମାଲିକାଣୀଙ୍କ ଗୋଡ଼ରୁ ଜୋତା ଖୋଲିବାକୁ କହିଲେ ବି ସେ ଖୋଲିବାକୁ ବାଧ୍ୟ ଆଉ ପିନ୍ଧାଇବାକୁ କହିଲେ ପିନ୍ଧାଇବେ ମଧ୍ୟ । ଖାଲି ସେତିକି ନୁହେଁ, ତାଙ୍କୁ ଯେତେବେଳେ ଖୋଜିବ ସେ ତାଙ୍କ ପାଖରେ ରହିବା ଦରକାର । ଯେତେବଳେ ଜୁସ୍‌, ଫଳ କିମ୍ବା ପାଣି ମାଗିବେ ତୁରନ୍ତ ମିଳିବା ଦରକାର । ମାଲିକାଣୀ ଘରକୁ ଆସିବା ବେଳକୁ ତାଙ୍କୁ ଗେଟ୍‌ରେ ଛିଡ଼ା ହୋଇ ଅପେକ୍ଷା କରିବାକୁ ହେବ ଏବଂ ଗୋଟିଏ ସିଗନାଲରେ ତାଙ୍କ ପୋଷାକ ମଧ୍ୟ ବଦଳାଇବାକୁ ପଡିବ ।