ଭାରତରେ ପ୍ରଥମ! ବିନା ବରରେ ନିଜକୁ ନିଜେ ବାହା ହେବେ ଏହି ଯୁବତୀ, ହନିମୁନ ପାଇଁ କରିଛନ୍ତି ଏମିତି ପ୍ଲାନ, ଦେଖନ୍ତୁ ଭିଡ଼ିଓ

 
Self marriage

ବିବାହ ମଣ୍ଡପ ସଜାଯିବ, ସବୁ ରୀତିନୀତି ଅନୁଯାଇ ବିବାହ ମଧ୍ୟ ଅନୁଷ୍ଠିତ ହେବ। ଏପରିକି କନିଆଁ ସିନ୍ଧୁର ମଧ୍ୟ ପିନ୍ଧିବ କିନ୍ତୁ ବେଦୀରେ ରହିବନାହିଁ ବର। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ, ବିହାରର କ୍ଷମା ବିନ୍ଦୁ ନାମକ ଜଣେ ଯୁବତୀ ନିଜେ ନିଜ ସହିତ ବିବାହ କରିବାକୁ ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି। ଏହା ଦେଶର ପ୍ରଥମ ସୋଲୋଗାମି ବିବାହ ହେବ ବୋଲି ମଧ୍ୟ କୁହାଯାଉଛି।

Kshyama

୨୪ ବର୍ଷ ବୟସ୍କା କ୍ଷମା ବିନ୍ଦୁ ତାଙ୍କ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତାଙ୍କର ବିବାହ ଜୁନ୍ ୧୧ ରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସେ ଲେହେଙ୍ଗା ଠାରୁ ପାର୍ଲର ଏବଂ ଅଳଙ୍କାର ପର୍ଯ୍ୟନ୍ତ ସବୁକିଛି ବୁକ୍ କରି ସାରିଛନ୍ତି। TOI ସହିତ ହୋଇଥିବା ଏକ ବାର୍ତ୍ତାଳାପରେ କ୍ଷମା କହିଛନ୍ତି ଯେ ସେ କେବେବି ବିବାହ କରିବାକୁ ଚାହୁଁନଥିଲେ। କିନ୍ତୁ ବଧୂ ହେବା ତାଙ୍କର ସ୍ୱପ୍ନ ଥିଲା, ତେଣୁ ସେ ନିଜେ ନିଜ ସହିତ ବିବାହ କରିବାକୁ ସ୍ଥିର କରିଛନ୍ତି।

Sologamy

ଏହା ପରେ ସେ ଅନଲାଇନରେ କୌଣସି ଦେଶର ମହିଳା ନିଜ ସହିତ ବିବାହ କରିଛନ୍ତି କି? ବୋଲି ଖୋଜିଥିଲେ ହେଁ ସେପରି କୌଣସି ଖବର ପାଇନଥିଲେ। ଦେଶରେ ଏକାକୀ ବିବାହ କରିଥିବା ପ୍ରଥମ ଝିଅ ଭାବରେ ସେ ଏକ ଉଦାହରଣ ସୃଷ୍ଟି କରିବେ ବୋଲି କ୍ଷମା କହିଛନ୍ତି।

କ୍ଷମା ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ କରୁଥିବା ବେଳେ ବିବାହ ପରେ ଛୁଟି ନେଇ ଗୋଆ ହନିମୁନ୍ ପାଇଁ ଯିବେ ବୋଲି ପ୍ଲାନ କରିଛନ୍ତି। ପରିବାର ଲୋକେ ମଧ୍ୟ ତାଙ୍କର ଏଭଳି ନିଷ୍ପତ୍ତିରେ ରାଜି ଥିବା କ୍ଷମା କହିଛନ୍ତି।