ଅଜବ ପ୍ରେମ କାହାଣୀ! ୧୮ ବର୍ଷୀୟା ଯୁବତୀଙ୍କୁ ପ୍ରେମ ବିବାହ କଲେ ୬୧ ବର୍ଷୀୟ ବୃଦ୍ଧ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Love

ପ୍ରେମ ଆଗରେ ଧନୀ ଗରିବ, ଛୋଟ ବଡ଼ ସବୁକିଛିର କୌଣସି ଅର୍ଥ ନ ଥାଏ। କେତେବେଳେ କାହାକୁ କାହା ସହିତ ପ୍ରେମ ହୋଇଯିବ ତାହା ଅନୁମାନ କରିବା ସମ୍ଭବ ନୁହେଁ। ପାକିସ୍ତାନରେ ଏଭଳି ଜଣେ ଦମ୍ପତ୍ତିଙ୍କର ଉଧାରଣ ନେଇପାରିବା। ଏଠାରେ ଥିବା ଜଣେ ବ୍ୟକ୍ତିଙ୍କୁ ୬୧ ବର୍ଷ ବୟସ ହୋଇଥିବା ବେଳେ ଜଣେ ୧୮ ବର୍ଷୀୟା ଯୁବତୀ ତାଙ୍କୁ ପ୍ରେମ ବିବାହ କରିଛନ୍ତି।

Couples

କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ ପାକିସ୍ତାନର ପିଣ୍ଡି ଇଲାକାରେ ଏଭଳି ଏକ ଘଟଣା ଘଟିଯାଇଛି। ଏଠାରେ ରହୁଥିବା ୬୧ ବର୍ଷୀୟ ଶମଶାଦଙ୍କୁ ୧୮ ବର୍ଷୀୟା ଆସିୟା ପ୍ରେମ ବିବାହ କରିଛନ୍ତି। ଶମଶାଦ ପେସାରେ ଜଣେ ମାଳି ହୋଇଥିବା ବେଳେ ତାଙ୍କର ଆଚାର ବ୍ୟବହାର ଆସିୟାଙ୍କୁ ଖୁବ ପସନ୍ଦ ଆସିଥିଲା। ତେଣୁ, ପରବର୍ତ୍ତୀ ସମୟରେ ସେ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସୋସିଆଲ ମିଡିଆରେ ଏହି ଦମ୍ପତ୍ତିଙ୍କର ଏକ ସାକ୍ଷାତକାର ଭିଡ଼ିଓ ଭାଇରାଲ ହେଉଛି। ଦେଖନ୍ତୁ ଭିଡ଼ିଓ:-

ଆସିୟାଙ୍କ ପରିବାର ଲୋକେ ମଧ୍ୟ ଶମଶାଦଙ୍କୁ ପସନ୍ଦ କରୁଥିବା ଜଣାପଡିଛି। ସେହିପରି ଶମଶାଦ ଆସିୟାଙ୍କ ସହିତ ତାଙ୍କର ପରିବାରର ମଧ୍ୟ ଯତ୍ନ ନେଉଥିବା ଜଣାପଡିଛି। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଏବଂ ବୁଝାମଣା ରହିଥିବା ସେମାନେ କ୍ୟାମେରା ଆଗରେ କହିଛନ୍ତି। ଅନ୍ୟପକ୍ଷରେ ଆସିୟାଙ୍କୁ ପାଇ ତାଙ୍କର ଜୀବନ ଧନ୍ୟ ହୋଇଯାଇଥିବା ଶମଶାଦ ପ୍ରକାଶ କରିଛନ୍ତି।