ଦିନକୁ ଖାଉଛନ୍ତି ୨୦ ପଟ ରୁଟି କିନ୍ତୁ, ୧୮ ମାସ ହେବ ଯାଇନାହାନ୍ତି ମଳତ୍ୟାଗ, କାରଣ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ

 
Malatyaga

ବଞ୍ଚିବା ପାଇଁ ଶରୀରକୁ ଯେପରି ଖାଦ୍ୟ ଆବଶ୍ୟକ ହୋଇଥାଏ ଠିକ ସେହିପରି ଶରୀରରୁ ବର୍ଜ୍ୟବସ୍ତୁକୁ ବାହାର କରିବା ପାଇଁ ପ୍ରତିଦିନ ମଳତ୍ୟାଗ କରିବା ଏବଂ ପରିଶ୍ରା କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ। ଠିକ ଭାବରେ ମଳତ୍ୟାଗ କରିନଥିଲେ ଦେହ ଖରାପ ହେବା ସହିତ ଶରୀରରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖିବାକୁ ମିଳିଥାଏ।

Constipation

ତେବେ, ଦେଶରେ ଏଭଳି ଜଣେ ନାବାଳକ ଅଛନ୍ତି ଯିଏ କି ଗତ ୧୮ ମାସ ହେବ ମଳତ୍ୟାଗ କରିନାହାଁନ୍ତି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ସତ। ଦିନକୁ ୧୮ ରୁ ୨୦ ପଟ ରୁଟି ସହିତ ଭଜା ତରକାରୀ ଖାଉଥିଲେ ହେଁ ସେ ମଳତ୍ୟାଗ କରୁନାହାଁନ୍ତି। ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ତାଙ୍କର ପେଟରେ କୌଣସି ସମସ୍ୟା ମଧ୍ୟ ହେଉନାହିଁ ବରଂ ସେ ଅନ୍ୟ ପିଲାମାନଙ୍କ ଭଳି ସାଧାରଣ ଜୀବନ ଅତିବାହିତ କରୁଛନ୍ତି।

Asish

ଯୁବକଙ୍କ ନାମ ଆଶିଷ ଚାନ୍ଦିଲ ହୋଇଥିବା ବେଳେ ସେ ମଧ୍ୟପ୍ରଦେଶର ମୁରେନା ଜିଲ୍ଲାର ନିବାସୀ ଅଟନ୍ତି। ତାଙ୍କ ବାପା ମନୋଜ ଚାନ୍ଦିଲ ଦିନ ମଜୁରିଆ ଭାବରେ କାମ କରୁଥିବାରୁ ପୁଅର ଚିକିତ୍ସା ମଧ୍ୟ କରାଇ ପାରୁନାହାଁନ୍ତି। ତେବେ, ପୁଅ କୌଣସି ଏକ ଦୂରାରୋଗର ଶିକାର ହୋଇଥିବା ନେଇ ଅନୁମାନ କରାଯାଉଥିଲେ ହେଁ ଡାକ୍ତରମାନେ ଏହାର ସଠିକ କାରଣ ଜାଣିପାରୁନାହାଁନ୍ତି। ସମସ୍ତ ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ଏହା ବିଷୟରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।