ଏମିତି ବି ଆସେ ମୃତ୍ୟୁ! ଡ଼ିଓଡୋରାଣ୍ଟ ସ୍ପ୍ରେ ଶୁଙ୍ଘି ଚାଲିଗଲା ଛାତ୍ରୀଙ୍କ ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Deo spray

ଶରୀରରୁ ଦୁର୍ଗନ୍ଧ ହଟାଇବା ପାଇଁ ସାଧାରଣତଃ ଆମେ ଡିଓଡୋରାଣ୍ଟ ସ୍ପ୍ରେ ବ୍ୟବହାର କରିଥାଉ। କିନ୍ତୁ, ଏହି ସ୍ପ୍ରେ କାରଣରୁ କାହାର ମୃତ୍ୟୁ ହୋଇଯିବା କଥା ଆପଣ କେବେ ଶୁଣିଛନ୍ତି କି? ଡିଓ ସ୍ପ୍ରେ ଶୁଙ୍ଘିବା ଦ୍ୱାରା ଅଷ୍ଟ୍ରେଲିଆର ଜଣେ ୧୬ ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଘଟଣାଟି ବିଷୟରେ ଶୁଣଲେ ବିଶ୍ୱାସ ହେଉନଥିଲେ ହେଁ ଡିଓଡୋରାଣ୍ଟ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରୀ ଦଳ ସ୍ପଷ୍ଟ କରିଛନ୍ତି।

Deo

ମୃତ ଯୁବତୀଙ୍କ ମାଆଙ୍କ କହିବା ଅନୁଯାଇ ସଡନ ସ୍ନିଫିଂ ଡେଥ ସିଣ୍ଡ୍ରୋମ ହେତୁ ତାଙ୍କ ଝିଅର ମୃତ୍ୟୁ ଘଟିଛି। ସରଳ ଭାଷାରେ କହିବାକୁ ଗଲେ ଡିଓରୁ ନିର୍ଗତ ଏରୋସଲ୍ସକୁ ଶୁଙ୍ଘିବା ପରେ ହାର୍ଟ ଆଟାର୍କ ହେବାରୁ ଯୁବତୀଙ୍କର ଏଭଳି ଅବସ୍ଥା ହୋଇଛି। ଡିଓ ଶୁଙ୍ଘିବାର ମାତ୍ର କେଇ ମିନିଟ ଭିତରେ ଯୁବତୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଫଳରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ।

Dead

ୟୁନିଭରସିଟି ଅଫ୍ ରୋଚେଷ୍ଟର ମେଡିକାଲ ସେଣ୍ଟର ଦେଇଥିବା ତଥ୍ୟ ଅନୁଯାଇ ଡିଓ ସ୍ପ୍ରେରେ ଥିବା କେମିକାଲ ଗୁଡିକ ହାର୍ଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ଶୁଙ୍ଘିଲେ ଏରୋସେଲ୍ସ ମାଧ୍ୟମରେ କେମିକାଲ ଗୁଡିକ ଆମ ନାକ ଭିତରେ ପଶିଥାଏ। କିଛି ଲୋକେ ଏହାପରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାନ୍ତି ଓ ଶରୀରରେ ଅମ୍ଳଜାନ ଅଭାବରୁ ତାଙ୍କର ମୃତ୍ୟୁ ଘଟିଥାଏ। ଏହି କାରଣରୁ ପୂର୍ବରୁ ମଧ୍ୟ ଡିଓ ସ୍ପ୍ରେ ବିକ୍ରୀ ଉପରେ ରୋକ ଲଗାଇବା ପାଇଁ ଦାବି ହୋଇସାରିଛି।