ଏମିତି ବି ଆସେ ମୃତ୍ୟୁ!! ବାହାଘର ବେଳେ କୂଅରେ ପଡ଼ି ମହିଳା ଓ ପିଲାଙ୍କ ସହିତ ୧୩ ମୃତ, ପୂରା ଘଟଣା ଜାଣି ହେବେ ଦୁଃଖିତ

 
13 dead

ଏମିତି ବି ଆସେ ମୃତ୍ୟୁ, ବିବାହ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଯାଇଥିବା ବେଳେ ପରିତ୍ୟକ୍ତ କୂଅରେ ପଡ଼ି ଚାଲିଗଲା ୧୩ ଜଣଙ୍କର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲା ଅନ୍ତର୍ଗତ ନେବୁଆ ନୌରଙ୍ଗିଆ ଗାଁରେ ଘଟିଥିବା ବେଳେ ଏହା ସାରା ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ଏବଂ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଉ ଜଣଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Well

ମିଳିଥିବା ସୂଚନା ଅନୁଯାଇ ନେବୁଆ ନୌରଙ୍ଗିଆ ଗ୍ରାମରେ ଅନୁଷ୍ଠିତ ହେଉଥିବା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲୋକେ ଯାଉଥିଲେ। ଏହାରି ଭିତରେ ସେଠାରେ ଏକ ପରିତ୍ୟକ୍ତ କୂଅ ଉପରେ ସ୍ଲାବ୍ ଘୋଡାଯାଇଥିଲା। ସେହି ସ୍ଲାବ ଉପରେ ଜଣେ ମହିଳା ତାଙ୍କ ପିଲାମାନେ ଏବଂ ଅନ୍ୟ କିଛି ଲୋକେ ବସିଥିଲେ। ପୁରୁଣା ହୋଇଯାଇଥିବା ସ୍ଲାବଟି ସେମାନଙ୍କର ଓଜନ ସହି ନ ପରିବାରୁ ଭାଙ୍ଗିଯାଇଥିଲା ଏବଂ ସମସ୍ତେ କୂଅ ଭିତରେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ଡାକ୍ତରଖାନାରେ ଜଣେ ମୃତ୍ୟୁବରଣ କରିଥିଲେ।

Accident

ଘଟଣା ସମ୍ପର୍କରେ ଜଣାପଡିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏସ୍‌. ରାଜଲିଙ୍ଗମ୍‌ ଏଥିନେଇ ଶୋକବ୍ୟକ୍ତ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ସେ ‌ଘୋଷଣା କରିଛନ୍ତି। ଏହା ବ୍ୟତୀତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଘଟଣା ଉକ୍ତ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌ରୁ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।