ୟୁଟ୍ୟୁବ୍ ଦେଖି ମଦ ତିଆରି କରିଥିଲା ୧୨ ବର୍ଷର ବାଳକ! ଗୋଟେ ପେଗ୍ ମାରିବା ପରେ ହେଲା ଏମିତି ଅବସ୍ଥା ଯେ...

 
Alcohol

ୟୁଟ୍ୟୁବ ଦେଖି ମଦ ପ୍ରସ୍ତୁତ କରିଲା ୧୨ ବର୍ଷର ବାଳକ। ସେ ଏହି ମଦ ପ୍ରସ୍ତୁତ କରିବା ସହିତ ନିଜ ସହପାଠୀକୁ ଏହା ପିଇବାକୁ ଦେଇଥିଲା। ତେବେ, ଉକ୍ତ ମଦ ପିଇବା ପରେ ସହପାଠୀ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କେରଳର ତିରୁଭନନ୍ଥପୁରମ୍ ଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

Alcohol

ମିଳିଥିବା ସୂଚନା ଅନୁଯାଇ ଛାତ୍ର ଜଣକ ମଦ ତିଆରି କରିବା ପାଇଁ ଘରକୁ ବାପା କିଣି ଆଣିଥିବା ଅଙ୍ଗୁରୁ ବ୍ୟବହାର କରିଥିଲା। ୟୁଟ୍ୟୁବ୍ ଭିଡ଼ିଓ ଦେଖି ସେ ଏହି ମଦ ତିଆରି କରିଥିଲା ଏବଂ ଏହାକୁ ମାଟି ତଳେ ପୋତି ଦେଇଥିଲା। ତେବେ, ମଦ ପ୍ରସ୍ତୁତ ହୋଇଯିବା ପରେ ସେ ଏହାକୁ ନିଜ ସହପାଠୀକୁ ପିଇବାକୁ ଦେଇଥିଲା। ଯାହାପରେ ସେ ବାନ୍ତି କରିବାରୁ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Alcohol

ଏଥିନେଇ ଶୁକ୍ରବାର ପୋଲିସ ଖବର ପାଇଥିଲା। ଘଟଣାକୁ ଗୁରୁତର ସହିତ ନେଇ ପୋଲିସ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ତେବେ, ପିଲାଟି ମଦ ପ୍ରସ୍ତୁତ କରିବାରେ କୌଣସି ପ୍ରକାର ମଦ କିମ୍ଭା କେମିକାଲ ବ୍ୟବହାର କରିନଥିବା କହିଛି। ସବୁଠାରୁ ବଡ଼ କଥା ହେଉଛି ପିଲାଟିର ମାଆ ପୁଅ ମଦ ତିଆରି କରିବା ନେଇ ସୁରାଗ ପାଇଥିଲେ ହେଁ କଥାଟିକୁ ଗୁରୁତର ସହିତ ନେଇନଥିଲେ। ତାଙ୍କର ଅସାବଧାନତା ହେତୁ ହିଁ ଏଭଳି ଘଟିଥିବା ଚର୍ଚ୍ଚା ହେଉଛି।