ଚୀନ୍ ର ଏଭଳି ଅଜବ ଜୀବନଶୈଳୀ, ଯାହାକୁ ଦେଖି ହତବାକ୍ ହୋଇଛି ସାରା ବିଶ୍ୱ, ଦେଶର ଏହି ରୋଚକ କଥା ଜାଣି ଛାତି ଥରି ଉଠିବ

 
China

ଭାରତର ପଡ଼ୋଶୀ ଦେଶ ଚାଇନାର ଲୋକଙ୍କ ରହଣି ଏବଂ ଜୀବନଶୈଳୀ କୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଜିଜ୍ଞାସା ଜନ୍ମି ଥାଏ। କିନ୍ତୁ ସେଠାକାର ସରକାର ଏବଂ ସେମାନଙ୍କର କଡ଼ା ନିୟମ ଗୁଡିକ କାରଣରୁ ଏହି ଦେଶ ବିଷୟରେ କେହି ବି ବିଶେଷ କିଛି ଜାଣି ପାରନ୍ତି ନାହିଁ। ତେବେ ଆସନ୍ତୁ ଦେଖିବା ଏଭଳି କିଛି ଫୋଟୋ ଯାହା ଚାଇନାର ଜୀବନଶୈଳୀକୁ ସାରା ବିଶ୍ୱଠାରୁ ଭିନ୍ନ ଭାବରେ ପ୍ରତିପାଦିତ କରିଛି:-

୧. ପ୍ରଥମ ଫୋଟୋଟି ହେଉଛି ଚାଇନାରେ ଥିବା ଏକ ସପିଙ୍ଗ ମଲର ଚିତ୍ର ଯେଉଁଠାରେ କୁମ୍ଭୀର ଏବଂ ସାର୍କ ମାଛ ଗୁଡିକୁ ବିକ୍ରି ପାଇଁ ସର୍ବସାଧାରଣଙ୍କ ଆଗରେ ରଖାଯାଇଥାଏ।

୨. ସାଧାରଣତଃ ପୋଲିସ ବିଭାଗରେ କୁକୁର ମାନଙ୍କୁ ନିୟୋଜିତ କରା ଯାଇଥାଏ। କିନ୍ତୁ ଚୀନ୍ ରେ କୁକୁର ମାନଙ୍କ ସହିତ ହଂସ ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇ ପୋଲିସରେ ସାମିଲ କରାଯାଏ।

୩. ଚୀନ୍ ହିଁ ଏକମାତ୍ର ଦେଶ ଯେଉଁଠାରେ ଅପଣମାନଙ୍କୁ ଭେଣ୍ଡିଙ୍ଗ ମେସିନ୍ ରେ ଜୀଅନ୍ତା କଙ୍କଡ଼ା କିଣିବାକୁ ମିଳିପାରିବ।

୪. ଚୀନ୍ ରେ ସାଧାରଣତଃ ଲମ୍ବା ଟ୍ରାଫିକ ସମସ୍ୟା ରହିଥାଏ, ତେଣୁ ଏପରି ସମସ୍ୟାରେ ଫସିଗଲେ ଆପଣଙ୍କୁ କେବଳ ଗୋଟିଏ ଫୋନ କଲ୍ କରି ଏହାର ସମାଧାନ ମିଳିଯିବ। ଫୋନ କରିବା ପରେ ୨ ଜଣ ଲୋକ ଆସିଯିବେ। ଜଣେ ଆପଣଙ୍କ କାରର ଯତ୍ନ ନେଇ ଟ୍ରାଫିକ ଛାଡିବା ପରେ କାରଟିକୁ ଇଚ୍ଛା ମୁତାବକ ସ୍ଥାନକୁ ନେଇଯିବ ଏବଂ ଅନ୍ୟଜଣେ ବାଇକ୍ ଯୋଗେ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେବେ।

୫. ଏଠାରେ ଆପଣଙ୍କୁ ଷ୍ଟାରବକ୍ସ ଜାଗାରେ ଟିବକ୍ସ ଦେଖିବାକୁ ମିଳିବ।

୬. ଏହା ଏପରି ଏକ ଦେଶ ଯେଉଁଠାରେ ମୃତ ଲୋକମାନଙ୍କର ବିବାହ କରା ଯାଇଥାଏ।

୭. ଚୀନ୍ ରେ ପ୍ରତି ଅଫିସରେ କର୍ମଚାରୀମାନଙ୍କୁ ଆତ୍ମହତ୍ୟାରୁ ବଞ୍ଚାଇବା ପାଇଁ ନେଟ୍ ଲଗାଇବା ବାଧ୍ୟତାମୂଳକ ଅଟେ।

୮. ଏଠାରେ ବନ୍ଦ କ୍ୟାନ୍ ଭିତରେ ସ୍ୱଚ୍ଛ ଅମ୍ଳଜାନ ପ୍ୟାକେଟ ଆକାରରେ ମିଳିଥାଏ।

୯. ଚୀନ୍ ଏକ ଏଭଳି ଦେଶ ଯେଉଁଠାରେ ଲୋକମାନେ ନିଜର ଶୋଇବା ପ୍ରତି ଅତ୍ୟନ୍ତ ଯତ୍ନଶୀଳ ହୋଇଥାନ୍ତି।

୧୦. ଆହୁରି ମଧ୍ୟ ଏଠାରେ ଅନ୍ୟାନ୍ୟ ଚାଷ ପରି ଅସରପା ମାନଙ୍କ ଚାଷ ମଧ୍ୟ କରାଯାଇଥାଏ।