ପାକିସ୍ତାନର ଏହି କଳା ସତ ଆଗରୁ ଜାଣି ନଥିବେ, ଦେଶରେ ପ୍ରଚଳିତ ଏହି ୧୦ଟି ନିୟମ ଜାଣିଲେ ଛାତି ଥରି ଉଠିବ

 
Pakistan

ଭାରତ ଏବଂ ପାକିସ୍ତାନ ଉଭୟେ ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ସେମାନଙ୍କ ଭିତରେ ଥିବା ତିକ୍ତତା କାହାକୁ ଅଛପା ନାହିଁ। ଭାରତ ପାକିସ୍ତାନ ଠାରୁ ବହୁ ଅଧିକ ଉନ୍ନତି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ର ଭିତରେ କାଶ୍ମୀର କୁ ନେଇ ବିବାଦ ଲାଗି ରହିଛି। 

ତେବେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଲୋକମାନଙ୍କୁ ଅନେକ ସୁବିଧା ସୁଯୋଗ ଏବଂ ସ୍ୱାଧୀନତା ମିଳିଥିବା ବେଳେ ପାକିସ୍ତାନରେ ଆଜି ମଧ୍ୟ ଏପରି କେତୋଟି ଅଜବ ନିୟମ ରହିଛି, ଯାହା ବିଷୟରେ ଶୁଣିଲେ ଆପଣ ତାଯୁବ ହେବେ ନିଶ୍ଚିତ:-

୧. ଭାରତରେ ସାଙ୍ଗ ସାଥୀଙ୍କ ଫୋନ୍ ବ୍ୟବହାର କରିବା ଏକ ସାଧାରଣ କଥା ହୋଇଥିବା ବେଳେ ପାକିସ୍ତାନରେ ଅନ୍ୟ ଜଣଙ୍କ ଫୋନକୁ ବିନା ଅନୁମତିରେ ଧରିବା ଏକ ଦଣ୍ଡନୀୟ ଅପରାଧ ଅଟେ।

୨. ସାଧାରଣତଃ ଇସ୍ରାଇଲ ପ୍ରତି ପାକିସ୍ତାନର ମନୋଭାବ ଭଲ ରହିନଥାଏ। ଏମାନେ ଇସ୍ରାଇଲ କୁ ଏକ ଦେଶ ରୂପରେ ସ୍ୱୀକାର ମଧ୍ୟ କରନ୍ତି ନାହିଁ। ତେଣୁ ପାକିସ୍ତାନୀଙ୍କର ଇସ୍ରାଇଲ ଯିବା ଉପରେ କଟକଣା ଲଗାଯାଇଛି।

୩. ଭାରତରେ ପ୍ରେମୀଯୁଗଲ ଲିଭ-ଇନ୍ ରେ ରହିପାରୁଥିବା ବେଳେ କିନ୍ତୁ ପାକିସ୍ତାନରେ ବିବାହ ପୂର୍ବରୁ ପୁଅ ଓ ଝିଅ ଏକାଠି ରହିବା ଅପରାଧ ଅଟେ।

୪. ପାକିସ୍ତାନର ଆର୍ଥିକ ଅବସ୍ଥା ବର୍ତ୍ତମାନ ସମୟରେ ଭଲ ନୁହେଁ। ଏଥିସହିତ ଏଠାରେ ବିଦ୍ୟାର୍ଥୀମାନଙ୍କ ଠାରୁ ଷ୍ଟଡି ଟ୍ୟାକ୍ସ ମଧ୍ୟ ଆଦାୟ କରାଯାଏ।

୫. ପାକିସ୍ତାନରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ କେହି ବ୍ୟଙ୍ଗ କରି କହିବା ଏକ ଦଣ୍ଡନୀୟ ଅପରାଧ ଅଟେ।

୬. ପାକିସ୍ତାନରେ ରମଜ଼ାନ୍ ମାସରେ ବାହାରୁ ଖାଦ୍ୟ ଆଣି ଖାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।

୭. ପାକିସ୍ତାନରେ କୌଣସି ଆରବୀ ଶବ୍ଦକୁ ଇଂରାଜୀରେ ଅନୁବାଦ କରିବା ଉପରେ ପ୍ରତିବନ୍ଧକ ରହିଅଛି।

୮. ଏହି ଦେଶରେ କୌଣସି ବ୍ୟକ୍ତିକୁ ଆପଣ ଅନାବଶ୍ୟକ ମେସେଜ୍ କରିପାରିବେ ନାହିଁ। ଏଥିପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ।

୯. ପାକିସ୍ତାନରେ ଟ୍ରାନ୍ସ-ଜେଣ୍ଡର ମାନଙ୍କ ସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ ସେମାନଙ୍କୁ ପାକିସ୍ତାନ ଆର୍ମିରେ ଭର୍ତ୍ତି ହେବାର ସୁଯୋଗ ମିଳିନଥାଏ।

୧୦. ପାକିସ୍ତାନର ସାଧାରଣ ଲୋକ ଅନାବଶ୍ୟକ ମେସେଜ ପଠାଇ ପାରିବେ ନାହିଁ। ଏହା ଦେଶରେ ଏକ ଅପରାଧ ହୋଇଥାଏ। ଏହାର ଉଲଂଘନ କାରୀଙ୍କୁ କଠୋର ଦଣ୍ଡ ମିଳିଥାଏ।