ଭାରତ ଇତିହାସରେ ପ୍ରଥମ! ୧୦ ମାସର ଶିଶୁକୁ ମିଳିଲା ରେଲୱେରେ ଚାକିରୀ! କେମିତି ହେଲା ସମ୍ଭବ ଜାଣନ୍ତୁ ପୁରା ଘଟଣା

 
Salary

ଭାରତରେ ସରକାରୀ ଚାକିରୀ ପାଇବା ସୌଭାଗ୍ୟର କଥା ଅଟେ। କିନ୍ତୁ, ଯଦି ଆପଣଙ୍କୁ କୁହାଯାଏ କି ମାତ୍ର ୧୦ ମାସର ଶିଶୁଟିଏ ରେଲୱେ ଚାକିରୀ ପାଇଛି ତେବେ କଣ ଆପଣ କଥାଟିକୁ ବିଶ୍ୱାସ କରିବେ? ଶୁଣିବାକୁ ଅବିଶ୍ୱାସନୀୟ ଲାଗୁଥିଲେ ହେଁ କଥାଟି ସମ୍ପୂର୍ଣ୍ଣ ଭବାରେ ସତ ଅଟେ। ଏକ ୧୦ ମାସର ଶିଶୁ କନ୍ୟା ରାଧିକାକୁ ରାୟପୁର ରେଳ ବିଭାଗ ତରଫରୁ ନିଯୁକ୍ତି ଦିଆଯାଇଛି। ପ୍ରକୃତରେ ଏକ ସଡକ ଦୁର୍ଘଟଣାରେ ରାଧିକାଙ୍କ ବାପା ଓ ମାଆ ଉଭୟେ ମୃତ୍ୟୁ ବରଣ କରିଥିବାରୁ ତାଙ୍କୁ ରିହାବିଲିଟେସନ୍ ସ୍କିମରେ ଏହି ନିଯୁକ୍ତି ମିଳିଛି।

Radhika

ମିଳିଥିବା ସୂଚନା ଅନୁଯାଇ ବାପା ରାଜେନ୍ଦ୍ର ଯାଦବ ଭିଲାଇରେ ରେଳବାଇରେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ସେଠାରେ ନିଜ ଝିଅ ରାଧିକା ଏବଂ ସ୍ତ୍ରୀ ମଞ୍ଜୁ ଯାଦବଙ୍କ ସହିତ ସେ ରେଲୱେ କ୍ୱାଟର୍ସରେ ରହୁଥିଲେ। ତେବେ, କିଛିଦିନ ତଳେ ସେ ସପରିବାର ଗାଁରୁ କ୍ୱାଟର୍ସକୁ ଫେରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଘଟଣାରେ ରାଜେନ୍ଦ୍ର ଓ ମଞ୍ଜୁଙ୍କର ମୃତ୍ୟୁ ଘଟିଥିବା ବେଳେ ଭାଗ୍ୟବଶତଃ ରାଧିକା ବର୍ତ୍ତି ଯାଇଥିଲା।

Job

ଶିଶୁଟିକୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରୁ ସେ ସୁସ୍ଥ ହୋଇ ଫେରିଥିଲା। ତେବେ, ଘଟଣାଟିକୁ ଗୁରୁତର ସହିତ ନେଇ ଦକ୍ଷିଣପୂର୍ବ କେନ୍ଦ୍ର ରେଳ ବିଭାଗ ଏକ ସ୍ୱତନ୍ତ୍ର ବୋର୍ଡ ଗଠନ କରିବା ସହିତ ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲା। ୧୦ମାସର ରାଧିକାର ଥଇଥାନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଗତ ଜୁଲାଇ ୪ରେ ନିଷ୍ପତି ନିଆଯାଇଛି।

ରେଲୱେ ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ତାରିଖରେ କୁନି ଝିଅଟିର ଟିପ ଚିନ୍ହ ନିଆଯିବା ସହିତ ନିଯୁକ୍ତିପତ୍ର ଦିଆଯାଇଥିଲା। ୧୮ ବର୍ଷ ହେବା ପରେ ରାଧିକା ଏହି ଚାକିରୀରେ ଜଏନ୍ କରିପାରିବେ। ରାଧିକା ବର୍ତ୍ତମାନ ତାଙ୍କର ଜେଜେମାଙ୍କ ପାଖରେ ରହୁଥିବା ବେଳେ ୧୮ ବର୍ଷ ପର୍ଯ୍ୟନ୍ତ ବାପାଙ୍କ ପେନସନ ପାଇବା ପାଇଁ ମଧ୍ୟ ହକଦାର ରହିବେ। ରିହାବିଲିଟେସନ୍ ସ୍କିମରେ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଯୋଗ୍ୟ ସଦସ୍ୟଙ୍କୁ ଚାକିରି ମିଳିବା କିଛି ନୂଆ କଥା ହୋଇନଥିଲେ ହେଁ ୧୦ ମାସର ଶିଶୁକୁ ନିଯୁକ୍ତି ଦେବାର ଦୃଷ୍ଟାନ୍ତ ଦେଶରେ ପ୍ରଥମ ଅଟେ।