ପୁଣି ଫାଟିଲା ମୋବାଇଲ, ବ୍ୟାଟେରୀ ଫାଟି ନିଆଁ ଲାଗିଗଲା ଏହି ଲୋକପ୍ରିୟ କମ୍ପାନୀର ଫୋନରେ

ପୁଣି ମୋବାଇଲ ଫାଟିବାର ଘଟଣା ସାମନାକୁ ଆସିଛି। ହେଲେ ଏଥର ଏକ ଲୋକପ୍ରିୟ କମ୍ପାନୀର ଫୋନ ଫାଟିଛି। ଜଣେ ୟୁଜର ଦାବି କରିଛନ୍ତି ଯେ ଚାର୍ଜ କରିବା ସମୟରେ ଫୋନ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଏହି ଫୋନ୍ କିଣିଥିବା ରୋଶନ ସିଂ କହିଛନ୍ତି ଯେ କେବଳ ଅଫିସିଆଲ୍ ଚାର୍ଜର ମାଧ୍ୟମରେ ସେ ଏହି ଫୋନ୍ ଚାର୍ଜ କରିଥିଲେ। ମୋବାଇଲଟି ହେଉଛି ଲୋକପ୍ରିୟ କମ୍ପାନୀ ରିୟଲମିର, ଫୋନର ମଡେଲ ହେଉଛି Realme
 
ପୁଣି ଫାଟିଲା ମୋବାଇଲ, ବ୍ୟାଟେରୀ ଫାଟି ନିଆଁ ଲାଗିଗଲା ଏହି ଲୋକପ୍ରିୟ କମ୍ପାନୀର ଫୋନରେ

ପୁଣି ମୋବାଇଲ ଫାଟିବାର ଘଟଣା ସାମନାକୁ ଆସିଛି। ହେଲେ ଏଥର ଏକ ଲୋକପ୍ରିୟ କମ୍ପାନୀର ଫୋନ ଫାଟିଛି। ଜଣେ ୟୁଜର ଦାବି କରିଛନ୍ତି ଯେ ଚାର୍ଜ କରିବା ସମୟରେ ଫୋନ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଏହି ଫୋନ୍ କିଣିଥିବା ରୋଶନ ସିଂ କହିଛନ୍ତି ଯେ କେବଳ ଅଫିସିଆଲ୍ ଚାର୍ଜର ମାଧ୍ୟମରେ ସେ ଏହି ଫୋନ୍ ଚାର୍ଜ କରିଥିଲେ। ମୋବାଇଲଟି ହେଉଛି ଲୋକପ୍ରିୟ କମ୍ପାନୀ ରିୟଲମିର, ଫୋନର ମଡେଲ ହେଉଛି Realme XT। 91 ମୋବାଇଲର ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନରେ କିଛି ବାହ୍ୟ ଚାପ ଯୋଗୁଁ ଏହି ଘଟଣା ଘଟିଥିବା କମ୍ପାନୀ କହିଛି।

ପୁଣି ଫାଟିଲା ମୋବାଇଲ, ବ୍ୟାଟେରୀ ଫାଟି ନିଆଁ ଲାଗିଗଲା ଏହି ଲୋକପ୍ରିୟ କମ୍ପାନୀର ଫୋନରେ

ରିପୋର୍ଟ ଅନୁଯାୟୀ, ରୋଶନ ସିଂ ପୋଡିଯାଇଥିବା ଫୋନର ଫଟୋ ରିୟଲମି ସର୍ଭିସ୍ ସେଣ୍ଟରକୁ ପଠାଇଥିଲେ। କମ୍ପାନୀ ପ୍ରତିନିଧୀ ଫଟୋ ଦେଖି ଦାବି କରିଛନ୍ତି ଯେ ଫୋନ୍ ନିଶ୍ଚିତ ଭାବରେ ବାହ୍ୟ ଚାପଗ୍ରସ୍ତ ହୋଇ ପଙ୍କଚର ସୃଷ୍ଟି କରିଛି ଏବଂ ବ୍ୟାଟେରୀରେ ନିଆଁ ଲାଗିଯାଇଛି। କେବଳ ଏତିକି ନୁହେଁ, ଯେତେବେଳେ ରୋଶନ ଟ୍ୱିଟରରେ ଏହି ବିଷୟରେ ଅଭିଯୋଗ କରିଥିଲେ, ସେତେବେଳେ କମ୍ପାନୀ ଆବଶ୍ୟକ ପଦକ୍ଷେପ ନେବାକୁ କହିଛି।

ପୁଣି ଫାଟିଲା ମୋବାଇଲ, ବ୍ୟାଟେରୀ ଫାଟି ନିଆଁ ଲାଗିଗଲା ଏହି ଲୋକପ୍ରିୟ କମ୍ପାନୀର ଫୋନରେ

ମୋବାଇଲ କମ୍ପାନୀ ଏହି ପ୍ରସଙ୍ଗରେ ନିଜର ଅଫିସିଆଲ୍ ବିବୃତ୍ତିରେ କହିଛି ଯେ, ‘ଆମ ପାଇଁ ଉତ୍ପାଦର ଗୁଣବତ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରିୟଲମିର ପ୍ରତ୍ୟେକ ସ୍ମାର୍ଟଫୋନ୍ ଅନେକ କଠିନ ଗୁଣ ଏବଂ ଦୃଢ ପରୀକ୍ଷା ଦେଇ ଗତି କରିଥାଏ କାରଣ ଗ୍ରାହକଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମର ଅନୁସନ୍ଧାନରୁ ଜଣାପଡିଛି ଯେ ବାହ୍ୟ ଚାପ ଯୋଗୁଁ ସ୍ମାର୍ଟଫୋନ୍ ନଷ୍ଟ ହୋଇଯାଇଛି। ସ୍ମାର୍ଟଫୋନ୍ ର ବ୍ୟାଟେରୀରେ ନିଆଁ ଲାଗିଯାଇଥିବା କାରଣରୁ ସ୍ମାର୍ଟଫୋନଟି ଫାଟି ଯାଇଥିଲା। ‘