ସିମ କାର୍ଡ ନିୟମ ନ ମାନିଲେ ପଡ଼ିବ ମହଙ୍ଗା, ଜେଲଦଣ୍ଡ ସହ ଜରିମାନା ହୋଇପାରେ, ଜାଣନ୍ତୁ ପୁରା ଖବର

 
Simcard

ନୂଆ ସିମ କିଣୁଥିଲେ ହୋଇ ଯାଆନ୍ତୁ ସାବଧାନ । ଏବେ ସିମ୍ କାର୍ଡକୁ ନେଇ ଆସିଛି କିଛି ଖବର । ଆପଣ ସିମ କିଣିବା ସମୟରେ ଟିକେ ବି ଭୁଲ କରିଲେ ଆପଣଙ୍କୁ ଜେଲ ହୋଇପାରେ । ଆପଣଙ୍କୁ ତିନି ବର୍ଷ ଜେଲ ହୋଇପାରେ । ଏହାସହ ଏହି ଟିକେ ଭୁଲ ପାଇଁ ଆପଣ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଜୋରିମାନା ଗଣିପାରନ୍ତି । ଆଜିକା ଯୁଗରେ ସ୍ମାର୍ଟ ଫୋନ୍ ବ୍ୟବହାର ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ଆଜିକାଲି ଯାହାକୁ ଦେଖିବ ସେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛି । 

Simcard

ମୋବାଇଲ ବ୍ୟବହାର କରିବାକୁ ହେଲେ ସେଥିରେ ସିମ କାର୍ଡ ପକେଇବା ନିହାତି ଜରୁରୀ ଅଟେ । ବିନା ସିମରେ କୌଣସି ମୋବାଇଲ ଚାଲି ପାରିବ ନାହିଁ । ବିନା ସିମରେ କଲ୍ କରିବା ବା ଇଣ୍ଟରନେଟ ଚଲାଇବା ଅସମ୍ଭବ ଅଟେ । ଏବେ ସିମ କାର୍ଡ ଦ୍ଵାରା ଅଧିକ ସାଇବର ଠକାମୀର ଶିକାର ହେଉଛନ୍ତି ଲୋକମାନେ । ସାଇବର ଠକମାନେ ଏହି ସିମ କାର୍ଡକୁ ମାଧ୍ୟମ ବନାଉଛନ୍ତି । ଏଣୁ ମୋବାଇଲ ଫୋନର ସଠିକ୍ ଭାବରେ ବ୍ୟବହାର କରିବା ଉଚିତ୍ ।

ଦିନକୁ ଦିନ ସାଇବର ଠକାମୀ ଅଧିକ ବଢୁଥିବାରୁ ସରକାର ଏବେ ନୂଆ ନିୟମ ବାହାର କରିଛନ୍ତି । ଏବେ ନୂଆ ସିମ କାର୍ଡ ଆଣିବା ପୂର୍ବରୁ କିଛି ନିୟମ ସରକାର ଲାଗୁ କରିଛନ୍ତି ଆଉ ଏହି ନିୟମ ଭାଙ୍ଗିବା ମହଙ୍ଗା ପଡ଼ିପାରେ ।  ଯେଉଁ ଦୋକାନୀ ସିମ କାର୍ଡ ବିକ୍ରି କରୁଛି ସେ ସିମ ବିକ୍ରି କରିବା ପୂର୍ବରୁ ତାକୁ କିଛି ଯାଞ୍ଚ କରିବାକୁ ପଡ଼ିବ । ସେହି ଗ୍ରାହକ ଜଣକର ଆଗରୁ କେତୋଟି ସିମ ଅଛି ତାହା ଯାଞ୍ଚ କରିବ ଦୋକାନୀ । ଯଦି ଗ୍ରାହକ ଜଣକ ଅଲଗା ଅଲଗା ନାମରେ ସିମ କାର୍ଡ ନେଇପାରିବ ନାହିଁ । 

ଜଣେ ବ୍ୟକ୍ତି ତାର ଆଧାର କାର୍ଡରେ ୯ଟି ସିମ କାର୍ଡ କିଣି ପାରିବ । ଆଉ ବ୍ୟକ୍ତି ଜଣକ ଏହି ନିୟମ ଭାଙ୍ଗିଲେ ତାକୁ ଜୋରିମାନା ଦେବାକୁ ପଡ଼ିବ । ଆଉ ଫର୍ଜି ସିମ କାର୍ଡ ଥିଲେ ଆପଣମାନେ ୫୦ ଲକ୍ଷ ଟଙ୍କା ଜୋରିମାନା ଦେଇପାରିବେ । ଆଉ ଏହାସହ ଆପଣଙ୍କୁ ଜେଲ ଦଣ୍ଡ ବି ହୋଇପାରେ ବୋଲି ସୂଚନା ମିଳିଛି । ଏବେ ଏନେଇ ଅନେକ କିଛି ଖବର ଆସୁଥିବା ବେଳେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।