ଭୁଲି ଯାଆନ୍ତୁ ପେଟ୍ରୋଲ ଗାଡି କୁ, କିଣନ୍ତୁ ଏହି ଇଲେକ୍ଟ୍ରୋନିକ୍ ସାଇକେଲ, ମାତ୍ର 10 ପଇସା ପ୍ରତି କିଲୋମିଟର ହେବ ଖର୍ଚ୍ଚ

 
Electronic bicycle lunch

ବଢୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଏହାର ସମାଧାନ ନେଇ ଆସୁଛି ସ୍ବଦେଶୀ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ଦୁଇଟି ଇଲେକ୍ଟ୍ରୋନିକ ବାଇ-ସାଇକେଲ। ନାହକ ମୋଟର୍ସ (Nahak motors) ନାମକ ଏକ କମ୍ପାନୀ ବର୍ତ୍ତମାନ ଭାରତରେ ଏହିପରି ଦୁଇଟି ଇଲେକ୍ଟ୍ରୋନିକ ସାଇକେଲ ଲଞ୍ଚ କରିବାକୁ ଯାଉଛି।

ଚଳିତ ବର୍ଷ ଜୁଲାଇ ୨ ତାରିଖରୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଏହି ସାଇକେଲ ଗୁଡିକର ପ୍ରି-ବୁକିଙ୍ଗ ଆରମ୍ଭ ହୋଇଛି। କମ୍ପାନୀ ତରଫରୁ ପ୍ରଥମ ଚରଣ ପାଇଁ "ଗରୁଡ଼" ଏବଂ "ଜିପ୍ପି" ନାମକ ଏହି ସାଇକେଲର ଦୁଇଟି ମଡେଲ ଲଞ୍ଚ କରାଯିବ। "ଗରୁଡ଼" ଇଲେକ୍ଟ୍ରୋନିକ ସାଇକେଲଟିର ଦାମ ୩୧,୯୯୯ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ "ଜିପ୍ପି" ମଡେଲ ପାଇଁ ୩୩,୪୯୯ ମୂଲ୍ୟ ଧାର୍ଯ୍ୟ କରାଯାଇଛି।

ଏହି ସାଇକେଲରେ ଗ୍ରାହକମାନେ ଅପସାରଣ ଯୋଗ୍ୟ ବ୍ୟାଟେରୀ, ଏଲସିଡ଼ି ଡ଼ିସପ୍ଲେ, ପେଡାଲ୍ ସେନ୍ସର ଟେକ୍ନୋଲୋଜି ପରି ଅନେକ ଅତ୍ୟାଧୁନିକ ଫିଚର୍ ପାଇପାରିବେ। ଗ୍ରାହକମାନେ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ https://www.nahakmotors.eco/  କୁ ପରିଦର୍ଶନ କରି ଏହି ଇଲେକ୍ଟ୍ରୋନିକ ସାଇକେଲ ଗୁଡିକୁ ପ୍ରିବୁକ୍ କରିପାରିବେ। ଏହା ବ୍ୟତୀତ ୱେବସାଇଟରେ ଦିଆଯାଇଥିବା ଫର୍ମ ପୂରଣ କରିବା ସହିତ ଗ୍ରାହକମାନଙ୍କୁ ୨,୯୯୯ ଟଙ୍କା ଦେଇ ଏହାକୁ ବୁକ୍ କରିବାକୁ ହେବ। କମ୍ପାନୀ ଅନୁଯାୟୀ, ଏହି ସାଇକେଲ ଗୁଡିକୁ ଅଗଷ୍ଟ ୧୫ ସୁଦ୍ଧା ଗ୍ରାହକ ମାନଙ୍କ ଘରେ ପହଞ୍ଚାଇ ଦିଆଯିବ। 

ଏହି ସାଇକେଲ ଗୁଡିକରେ ଲାଗିଥିବା ଲିଥିୟମ ଆୟନ ବ୍ୟାଟେରୀକୁ ଫୁଲ୍ ଚାର୍ଜ ହେବାପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ ଏବଂ ଫୁଲ୍ ଚାର୍ଜରେ ଏହା ୪୦ କିମି ପର୍ଯ୍ୟନ୍ତ ଚାଲିପରିବ। ଏହି ସାଇକେଲ ଗୁଡିକୁ ସ୍ୱତନ୍ତ୍ର ଭାବରେ ଭାରତୀୟ ସଡ଼କକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏହି ସାଇକେଲ ଚଳାଇଲେ ଜଣେ ବ୍ୟକ୍ତିଙ୍କୁ କିଲୋମିଟର ପିଛା ମାତ୍ର ୧୦ ପଇସା ଖର୍ଚ୍ଚ କରିବାକୁ ପଡିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଏପରିକି ରାସ୍ତାରେ ବ୍ୟଟେରୀ ସରିଗଲେ ଏହାକୁ ସାଧାରଣ ସାଇକେଲ ପାଇଁ ମଧ୍ୟ ଚଲାଇହେବ ବୋଲି କୁହାଯାଇଛି।