ଜିଓ ଆଣିଲା ସ୍ପେଶାଲ ଅଫର୍‌, ମାତ୍ର ୫୧ ଟଙ୍କାରେ ବର୍ଷସାରା ମିଳିବ ୫ଜି ଡାଟା, ଜାଣନ୍ତୁ ପୁରା ପ୍ଲାନ ବିଷୟରେ

 
Jio

ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଭାଉଚର ପ୍ରଦାନ କରୁଛି । ମାତ୍ର ୬୦୧ ଟଙ୍କାରେ 5G ଅପଗ୍ରେଡ ଗିଫ୍ଟ ଭାଉଚର ପ୍ରଦାନ କରୁଛି ଜିଓ । ଆପଣ ଏହି ଭାଉଚରକୁ ନିଜ ପାଇଁ ବ୍ୟବହାର କରିପାରିବେ କିମ୍ବା ଏହାକୁ ଅନ୍ୟ କାହାକୁ ଉପହାର ମଧ୍ୟ କରିପାରିବେ । ଏହାର ବେଷ୍ଟ ଫିଚର୍‌ ହେଉଛି ଏହା ସଂପୂର୍ଣ୍ଣ ଟ୍ରାନ୍ସଫରଯୋଗ୍ୟ ।

ଯେତେବେଳେ ଆପଣ ଏହି ଭାଉଚରକୁ କାହାକୁ ଉପହାର ଦିଅନ୍ତି, ଏହା ସେମାନଙ୍କର MyJio ଆକାଉଣ୍ଟରେ ଯୋଡି ହୋଇଯିବ । ଏହି ଭାଉଚର୍‌ ସେହି ୟୁଜର୍ସମାନଙ୍କ ପାଇଁ, ଯେଉଁମାନେ ବର୍ତ୍ତମାନ 4G ନେଟୱାର୍କରେ ଅଛନ୍ତି ଏବଂ Jio ର 5G ଏକ୍ସପେରିଏନ୍ସ ଅନୁଭବ କରିବାକୁ ଚାହୁଁଛନ୍ତି । ଜିଓ ବର୍ତ୍ତମାନ ସେହି ପ୍ଲାନଗୁଡିକ ଉପରେ 5G ସର୍ଭିସ ପ୍ରଦାନ କରୁଛି ଯେଉଁଥିରେ ୨GB କିମ୍ବା ଅଧିକ ଡେଲି ଡାଟା ଉପଲବ୍ଧ ଅଛି ।

ଜିଓ ଆଣିଲା ଦୁଇ ନୂଆ ପ୍ଲାନ, ୫୯୪ ଓ ୨୯୭ ଟଙ୍କାରେ ପାଇବେ ୬ମାସ ଅନଲିମିଟେଡ୍ ସେବା, ଏହାସହ ପ୍ଲାନରେ ମିଳିବ ଏହିସବୁ ଫାଇଦା

ଏପରି ପରିସ୍ଥିତିରେ, ଯେଉଁମାନେ ଦୈନିକ ୧. ୫ ଜିବି ଡାଟା ସହିତ କୌଣସି ପ୍ଲାନ ବ୍ୟବହାର କରୁଛନ୍ତି, ସେମାନେ ଏହି ଭାଉଚର ସାହାଯ୍ୟରେ 5G ର ମଜା ଉଠାଇପାରିବେ । ୬୦୧ ଟଙ୍କାର ଏହି ଭାଉଚର୍‌ ବାସ୍ତବରେ ୧୨ଟି ଛୋଟ ଭାଉଚରର ଏକ ପ୍ୟାକେଜ, ଯାହାର ପ୍ରତ୍ୟେକ ଭାଉଚରର ମୂଲ୍ୟ ୫୧ ଟଙ୍କା । MyJio ଆପରୁ ଏହି ୫୧ଟଙ୍କାର ଭାଉଚର୍‌ ଆକ୍ଟିଭ ହୋଇପାରିବ ।

ଏହି ଭାଉଚର୍‌ ବ୍ୟବହାର କରି, ଆପଣ ଏକ ବର୍ଷ ପାଇଁ 5G ନେଟୱାର୍କ ସହିତ କନେକ୍ଟ ରହିପାରିବେ । ବିଶେଷ କଥା ହେଉଛି ୫୧ ଟଙ୍କା ଭାଉଚର୍‌ କେବଳ ସେହି ମାସିକ ପ୍ରିପେଡ ପ୍ଲାନରେ ବ୍ୟବହାର କରାଯାଇପାରିବ ଯାହା ଦୈନିକ ୧. ୫ ଜିବି ଡାଟା ପ୍ରଦାନ କରିଥାଏ । ୬୦୧ ଭାଉଚରକୁ Myjio ଆକାଉଣ୍ଟରେ ଟ୍ରାନ୍ସଫର କରାଯାଇପାରିବ ।

ତଥାପି, ୫୧ ଟଙ୍କାର ଛୋଟ ଭାଉଚରକୁ ପୃଥକ ଭାବରେ ଟ୍ରାନ୍ସଫର କରାଯାଇପାରିବ ନାହିଁ । ଜିଓ କହିଛି, ଉପଭୋକ୍ତାମାନେ ୬୦୧ Jio True 5G ଅପଗ୍ରେଡ ଗିଫ୍ଟ ଭାଉଚରକୁ ସେମାନଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସେମାନଙ୍କ Jio ନମ୍ବରରେ ରିଡିମ କରିବା ପୂର୍ବରୁ ଟ୍ରାନ୍ସଫର କରିପାରିବେ । ଏହି ଭାଉଚରକୁ ରିଡିମ କରିବାକୁ ହେଲେ ଆପଣଙ୍କର MyJio ଆକାଉଣ୍ଟ ଲଗଇନ କରନ୍ତୁ । ଆପ ମେନୁରୁ My Voucher ସେକ୍ସନକୁ ଯାଆନ୍ତୁ । ଉପଲବ୍ଧ ଭାଉଚର ଲିଷ୍ଟରୁ ୬୦୧ ଭାଉଚର୍‌ ଚୟନ କରନ୍ତୁ । ଭାଉଚରକୁ ରିଡିମ କରିବାକୁ 'Redeem' ବଟନ ଦବାନ୍ତୁ । ଏହାପରେ ଭାଉଚର ରିଡିମ ପ୍ରକ୍ରିୟା ନିଶ୍ଚିତ କରନ୍ତୁ । ଭାଉଚର ରିଡିମ ହେବା ମାତ୍ରେ ଜିଓର 5G ନେଟୱାର୍କ ବ୍ୟବହାର କରିବା ଆରମ୍ଭ କରନ୍ତୁ ।