ଗୁଗୁଲ କ୍ରୋମ୍ ବ୍ୟବହାର କରୁଥିଲେ ସାବଧାନ! ହ୍ୟାକ୍ ହୋଇପାରେ ଆପଣଙ୍କ ଫୋନ ଏବଂ ଲ୍ୟାପଟପ୍, ଜାଣନ୍ତୁ କେମିତି

 
Chorme hack

ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷମାନେ ଇଣ୍ଟରନେଟରେ ବ୍ରାଉସିଂ କରିବା ଏକ ନୀତିଦିନିଆ କଥା ଅଟେ। ତେବେ, ଏଥିପାଇଁ କୋଟି କୋଟି ଲୋକେ ଗୁଗୁଲ୍ କ୍ରୋମ୍ ଆପ୍ ବ୍ୟବହାର କରିଥାନ୍ତି। କିନ୍ତୁ, କ୍ରୋମ୍ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ କାରଣ ବର୍ତ୍ତମାନ ଏହି ଆପ୍ ବ୍ୟବହାର କରିବା ଦ୍ୱାରା ସ୍ମାର୍ଟଫୋନ୍ କିମ୍ଭା ଲାପଟପ୍ ହ୍ୟାକ୍ ହେବାର ଯଥେଷ୍ଟ ସମ୍ଭାବନା କରିଛି।

Hack

ଏଥିନେଇ ଖୋଦ୍ ଗୁଗୁଲ୍ ଏକ ବ୍ଲଗ୍ ମାଧ୍ୟମରେ ସୂଚନା ଦେଇଛି। ପ୍ରକୃତରେ କ୍ରୋମରେ ନୂଆ ଜିରୋ ଡେ- ହାଇଥ୍ରେଟ୍‌ ଲେବଲ ହ୍ୟାକ୍‌ର ସୂଚନା ମିଳିଛି। ଗୁଗୁଲ୍ କ୍ରୋମର ଭର୍ସନ୍-୮ ରେ ଏକ ଲୁପ୍ ହୋଲ୍ ରହିଛି ଯେଉଁଥିପାଇଁ ଗତ କିଛି ଦିନ ମଧ୍ୟରେ ଏହାର ଦୁଇ ଦୁଇ ଥର ସିକ୍ୟୁରିଟି ବ୍ରେକ୍ ହୋଇ ସାରିଲାଣି। Windows, macOS, Linux Android ଭଳି ସମସ୍ତ ୟୁଜରଙ୍କ ପାଇଁ ଏହା ବିପଦ ସୃଷ୍ଟି କରୁଛି ବୋଲି କୁହାଯାଉଛି।

Chrome

ଅବଶ୍ୟ ଏହି ସମସ୍ୟାର ସମାଧାନ କରିବା ପାଇଁ ଗୁଗୁଲ ତରଫରୁ ଲୁପ୍ ହୋଲ୍ ଗୁଡିକୁ ବନ୍ଦ କରାଯିବାକୁ ଉଦ୍ୟମ କରାଯାଇଛି। ତଥାପି ମଧ୍ୟ ଏହା ଏକ ହାଇ ରିସ୍କ ହ୍ୟାକ୍ ହୋଇଥିବାରୁ ଗୁଗୁଲ କ୍ରୋମର ନୂଆ ଭର୍ଜନ Chrome (100.0.4896.127)କୁ ଜାରି କରାଯାଇଛି। କିନ୍ତୁ, ଏହି ଭର୍ସନକୁ ସଙ୍ଗେ ସଙ୍ଗେ ସମସ୍ତଙ୍କ ପାଇଁ ଲଞ୍ଚ କରିବା ସମ୍ଭବ ହେବନାହିଁ ବୋଲି କମ୍ପାନୀ କହିଛି। ଆଗାମୀ ଦିନରେ ନୂଆ ଭର୍ସନର ନୋଟିଫିକେସନ ଆସିଲେ ତୁରନ୍ତ ଏହାକୁ ଇଂଷ୍ଟଲ୍ କରିବାକୁ କମ୍ପାନୀ ତରଫରୁ କୁହାଯାଇଛି।