ଏଣିକି Facebook, WhatsApp ଓ Instagram ଚଲେଇବାକୁ ଦେବାକୁ ପଡ଼ିବ ଟଙ୍କା, କମ୍ପାନୀ ଆଣୁଛି ପ୍ଲାନ୍, ଜାଣନ୍ତୁ ପୂରା ଖବର

 
Metaverse

ଖୁବଶୀଘ୍ର ହ୍ଵାଟ୍ସଆପ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ପେଡ୍ ଫିଚର୍ସ ଲାଗୁ କରାଯିବ ବୋଲି ଚର୍ଚ୍ଚା ହେଉଛି। କମ୍ପାନୀ ଏଥିପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛି। ଯଦି ରିପୋର୍ଟଗୁଡିକୁ ବିଶ୍ୱାସ କରାଯାଏ ତେବେ ମେଟା ପକ୍ଷରୁ ଏକ ନୂତନ ବିଭାଗ ସୃଷ୍ଟି କରାଯାଇଛି, ଯାହା ଏହି ଆପଗୁଡିକରେ ଦେୟଯୁକ୍ତ ଫିଚର୍ସ ଯୋଡିବା ଉପରେ କାମ କରୁଛି। ଭବିଷ୍ୟତରେ ଲୋକେ ଏହି ଆପଗୁଡ଼ିକ ଉପରେ ପେଡ୍ ସେବା ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

Facebook

 ମିଳିଥିବା ସୂଚନା ଅନୁଯାଇ ମେଟା ସୋସିଆଲ ମିଡିଆ ଜଏଣ୍ଟ ଏକ ନୂତନ ଉତ୍ପାଦ ସଂଗଠନ ସ୍ଥାପନ କରୁଛି ଯାହା ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ଵାଟ୍ସଆପରେ ପେଡ୍ ସର୍ଭିସେସ୍ ଉପରେ କାମ କରିବ। ପୂର୍ବରୁ ମେଟା କମ୍ପାନୀର ହେଡ୍ ଅଫ୍ ରିସର୍ଚ୍ଚ ରହି ଆସିଥିବା ପ୍ରୀତି ରାୟ ଚୌଧରୀ ଏହି ନୂତନ ୟୁନିଟ୍ କୁ ପରିଚାଳନା କରିବେ ବୋଲି ଶୁଣିବାକୁ ମିଳୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନ୍ୟ କିଛି ସୋସିଆଲ ମିଡିଆ ଆପ୍ ଯେପରିକି ସ୍ନାପଚାଟ୍ ଏବଂ ଟ୍ୱିଟର ନିଜର ଦେୟଯୁକ୍ତ ଫିଚର୍ସ ଲଞ୍ଚ କରି ସାରିଛନ୍ତି।

Beta

 ଏଥିରେ ଉପଭୋକ୍ତାମାନେ ଟ୍ୱିଟର ବ୍ଲୁ ଏବଂ ସ୍ନାପଚାଟ+ ନାମରେ ସେବା ପାଇଥାନ୍ତି। କମ୍ପାନୀ ଗ୍ରାହକ ମାନଙ୍କୁ ସବସ୍କ୍ରିପସନ୍ ବଦଳରେ ସ୍ୱତନ୍ତ୍ର ଫିଚର୍ସ ପ୍ରଦାନ କରିଥାଏ। ଟ୍ୱିଟର ବ୍ଲୁର ମାସିକ ସବସ୍କ୍ରିପସନ୍ ପାଇଁ ଗ୍ରାହକ ମାନଙ୍କୁ ମାସିକ ପ୍ରାୟ ୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ସ୍ନାପଚାଟ+ ପାଇଁ ମାସିକ ୪୯ ଟଙ୍କା ଖର୍ଚ୍ଚ ହୋଇଥାଏ। ମେଟା ନିଜର ପେଡ୍ ସବସ୍କ୍ରିପସନ୍ ଆରମ୍ଭ କରିବାକୁ ଯାଉଥିବା ଶୁଣିବାକୁ ମିଳୁଥିଲେ ହେଁ ଏଥିରେ କେଉଁ ପ୍ରକାରର ଫିଚର୍ସ ରହିବ ସେଥିନେଇ କୌଣସି ସୂଚନା ମିଳିପାରିନାହିଁ।