ଟି-୨୦ ବିଶ୍ୱକପ ଜିତିବାର ୧୪ ବର୍ଷ ପରେ ଦୁଃଖ ବଖାଣିଲେ ଯୁବରାଜ ସିଂ, କହିଲେ ଧୋନୀ ମୋ ଠାରୁ...

 
Yuvraj singh

ଭାରତ ପାଇଁ ୨୦୦୭ ବିଶ୍ୱକପରେ ମୁଖ୍ୟ ବିନ୍ଧାଣୀ ସାଜିଥିବା ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ସିଂଙ୍କ ମନରେ ରହିଛି ଅକୁହା ଦୁଃଖ। ଐତିହାସିକ ଟି-୨୦ ବିଶ୍ୱକପ ଜିତିବାର ଦୀର୍ଘ ୧୪ ବର୍ଷ ପରେ ଏହାର ଖୁଲାସା କରିଛନ୍ତି ନିଜେ ଯୁବରାଜ ସିଂ। ପ୍ରକୃତରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଅଧିନାୟକ ହୋଇପାରିବେ ବୋଲି ଯୁବରାଜ ଆଶାବାଦୀ ରହିଥିଲେ। କିନ୍ତୁ, ଆଶ୍ଚର୍ଯ୍ୟବଶତଃ ଯୁବରାଜ ଏବଂ ଅନ୍ୟ କିଛି ସିନିୟର ଖେଳାଳିଙ୍କ ବଦଳରେ ଧୋନୀଙ୍କୁ ଅଧିନାୟକ ପଦ ଦିଆ ଯାଇଥିଲା।

Yuvraj singh

ଭାରତକୁ ଏହି ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୁବରାଜ ଏହି ଟୁର୍ଣ୍ଣାମେଣ୍ଟରେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। କେବକ ଏତିକି ନୁହେଁ ଇଂଲଣ୍ଡ ବିପକ୍ଷ କର ଅବା ମର ମ୍ୟାଚରେ ଷ୍ଟୁଆର୍ଟ ବ୍ରଡଙ୍କୁ ୬ ବଲରେ ୬ ଛକା ମାରିବା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚରେ ତାଙ୍କର ଦ୍ରୁତ ୭୦ ରନ୍ ଖେଳପ୍ରେମୀ ମାଙ୍କର ମନରେ ଲିପିବଦ୍ଧ ହୋଇ ରହିବ ନିଶ୍ଚିତ।

Yuvi

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯୁବରାଜ ୨୦୦୭ ବିଶ୍ୱକପରେ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ବିବେଚିତ ହୋଇଥିଲେ। ତେବେ, ସେହି ବର୍ଷ ଭାରତ ୫୦ ଓଭର ବିଶିଷ୍ଟ ବିଶ୍ୱକପରୁ ଶୀଘ୍ର ବିଦାୟ ନେବାପରେ। ପ୍ରଥମ ଥର ପାଇଁ ଖେଳା ଯାଉଥିବା ଟି-୨୦ ବିଶ୍ୱକପରେ କେତେକ ପ୍ରମୁଖ ଖେଳାଳି ଖେଳିବା ପାଇଁ ମନା କରିଦେଇଥିଲେ। ଫଳରେ କାହାକୁ ଅଧିନାୟକ ଦାୟିତ୍ୱ ଦିଆଯିବ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଯୁବରାଜ ଏହି ପଦ ପାଇବେ ବୋଲି ଆଶା କରାଯାଉଥିଲେ ହେଁ ଚୟନକର୍ତ୍ତା ମାନେ ଏମଏସ୍ ଧୋନୀଙ୍କୁ ଏହି ଦାୟିତ୍ବ ଦେଇଥିଲେ। ଏହାପରେ ଭାରତ ବିଶ୍ୱକପ ଜିତିବାରେ ସଫଳ ମଧ୍ୟ ହୋଇଥିଲା।