ନିଜ କ୍ରିକେଟ କ୍ୟାରିଅରକୁ ନେଇ ରିଦ୍ଧିମାନ ସାହାଙ୍କ ବିସ୍ପୋରକ ବୟାନ, କହିଲେ ଧୋନୀ ଟିମରେ ଥିଲେ ମତେ...

 
Sha dhoni

ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ଥିବା ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା କରୋନା ମୁକ୍ତ ହୋଇଛନ୍ତି, କିନ୍ତୁ ତାଙ୍କ କ୍ୱାରେଣ୍ଟିନ ଅବଧି ଶେଷ ହେବାକୁ ଆହୁରି କିଛି ସମୟ ଲାଗିବ। ବାସ୍ତବରେ, ରିଦ୍ଧିମାନ ଭାରତୀୟ ଦଳ ସହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପାଇଁ ଆସନ୍ତା ମାସରେ ଇଂଲଣ୍ଡ ଯିବେ। ଶାହା ଭାରତୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ ସେ ୨୪ ମାର୍ଚ୍ଚ ସୁଦ୍ଧା ମୁମ୍ବାଇରେ ଇଂଲଣ୍ଡ ଯାଉଥିବା ଭାରତୀୟ ଦଳରେ ଯୋଗଦେବେ।

ଏତେ ଦିନ ପର୍ଯ୍ୟନ୍ତ ସକ୍ରିୟ ଥିବା ସତ୍ତ୍ୱେ ୩୬ ବର୍ଷୀୟ ଶାହା ଭାରତୀୟ ଦଳ ଏବଂ ଆଇପିଏଲରେ ନିୟମିତ ଭାବରେ ଖେଳୁନଥିବା କଥାକୁ ନେଇ ନିଜ ମନ୍ତବ୍ୟ ରଖିଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସ ସହ ଏକ ହୋଇଥିବା ସାକ୍ଷାତକାରରେ ଶାହା କହିଛନ୍ତି ଯେ ଯେତେବେଳେ ଏମଏସ ଧୋନି ଦଳରେ ଥିଲେ, ସେ ନିୟମିତ ମ୍ୟାଚ ଖେଳୁଥିବାରୁ, ତାଙ୍କୁ ଅଧିକ ସୁଯୋଗ ମିଳି ପାରିନଥିଲା। 

ରିଦ୍ଧିମାନ ୨୦୧୪ ରୁ ୨୦୧୮ ମସିହା ମଧ୍ୟରେ ନିୟମିତ ଖେଳିଥିଲେ ମଧ୍ୟ, ଏହା ପରେ ସେ ଆହତ ହୋଇଥିଲେ।  ଏହାପରେ ଦୀନେଶ କାର୍ତ୍ତିକ, ପାର୍ଥିବ ପଟେଲ ଏବଂ ଋଷଭ ପନ୍ତ ଭାରତ ପାଇଁ ଖେଳିଥିଲେ। ପନ୍ତ ଇତି ମଧ୍ୟରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବାରୁ ବର୍ତ୍ତମାନ ସେ ଭାରତୀୟ ଦଳରେ ପ୍ରଥମ ପସନ୍ଦର ୱିକେଟକିପର୍ ଭାବେ ଖେଳୁଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶାହା ୬ ଫେବୃଆରୀ ୨୦୧୦ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହା ପରେ ସେ ଜାନୁଆରୀ ୨୦୧୨ ରେ ତାଙ୍କର ଦ୍ୱିତୀୟ ମ୍ୟାଚ୍ ଖେଳିଥିଲେ ଏବଂ ତା’ପରେ ପୁଣି ୯ ଡିସେମ୍ବର ୨୦୧୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଟେଷ୍ଟ କ୍ୟାରିୟରର ତୃତୀୟ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ଶାହା ଟେଷ୍ଟ କ୍ରିକେଟରେ ସୁଯୋଗ ପାଇବା ଆରମ୍ଭ କରିଥିଲେ ମଧ୍ୟ ଆଘାତଜନିତ କାରଣରୁ ତାଙ୍କର କ୍ୟାରିୟର ଆଗକୁ ବଢ଼ି ପାରିନଥିଲା।  

From around the web