ପୁରୁଷ କ୍ରିକେଟ ଦଳରେ ଥିବା ଏହି ଏକମାତ୍ର ମହିଳା ଜଣକ କିଏ? ଯିଏ କି ସବୁ ଖେଳାଳିଙ୍କ ସହ ଯାଆନ୍ତି

 
Rajal arora

କଣ ଆପଣ କେବେ ଭାରତୀୟ ପୁରୁଷ କ୍ରିକେଟ ଟିମ୍ ରେ ଏକ ମହିଳାଙ୍କୁ ଦେଖିଛନ୍ତି କି ? ଦେଖିଥିବେ ତ ନିଶ୍ଚୟ। ହେଲେ କଣ ଭାବୁଛନ୍ତି କି ସେ ମହିଳା ଜଣକ କିଏ ଓ ପୁରୁଷ ଟିମ୍ ରେ କଣ କରନ୍ତି ? ସାଙ୍ଗରେ ଟୁର ରେ ଯାଆନ୍ତି ସବୁ ମ୍ୟାଚ୍ ବି ଆଟେଣ୍ଡ କରନ୍ତି। କେବେ ଧୋନିଙ୍କ ସହ ତ କେବେ ବିରାଟଙ୍କ ସହ ପୁଣି କେତେବେଳେ BCCI ର ବିଭିନ୍ନ ସଦସ୍ୟଙ୍କ ସହିତ ଅନେକ ଫଟୋ ଦେଖିବାକୁ ମିଳେ ତାଙ୍କର। ଆପଣ ଯଦି ନିକଟରେ ଏସିଆ ୱାର୍ଲଡ୍ କପ୍ ଦେଖିଥିବେ ତେବେ ସେଠାରେ ମଧ୍ୟ ଅନେକ ଥର କ୍ୟାମେରା ସାମ୍ନାକୁ ଆସିଥିଲେ। ତେବେ ଆସନ୍ତୁ ଜାଣିବା ସେ ମହିଳା ଜଣକ କିଏ ଓ କଣ କରନ୍ତି ପୁରୁଷ ଟିମ୍ ରେ ?

Team india

ତେବେ ଆମେ ଆପଣଙ୍କୁ କହି ରଖୁଛୁ, ସେ ମହିଳା ଜଣକଙ୍କ ନାମ ହେଉଛି ରାଜଲକ୍ଷ୍ମୀ ଆରୋରା। ଯେ କି BCCI ର ସିନିୟର୍ କଣ୍ଟେଣ୍ଟ ପ୍ରଡ୍ୟୁସର୍ ଭାବେ କାମ କରନ୍ତି। ତାଙ୍କର କାମ ହେଉଛି BCCI ର ଗଣମାଧ୍ୟମ ସାଇଟ୍ ମେଣ୍ଟେନ୍ କରିବା। ଛୋଟ ଠାରୁ ବଡ ପର୍ଯ୍ୟନ୍ତ କ୍ରିକେଟ ସମ୍ବନ୍ଧିୟ ସମସ୍ତ ତଥ୍ୟ ତାଙ୍କ ଦ୍ଵାରା ପ୍ରକାଶିତ ହୋଇଥାଏ।BCCI ର ଇନଷ୍ଟାଗ୍ରାମ ଠାରୁ ଆରମ୍ଭ କରି ଟୁଇଟର ପର୍ଯ୍ୟନ୍ତ ସମସ୍ତ ଆକାଉଣ୍ଟ ରାଜଲକ୍ଷ୍ମୀ ହିଁ ଚଳାଇଥାନ୍ତି।
ଯଦି ରାଜଲକ୍ଷ୍ମୀ ଙ୍କ ଶିକ୍ଷାଗତ ଯୋଗ୍ୟତା କଥା କୁହାଯାଏ ତେବେ ସେ ପୁଣେର ସିମ୍ବିଓସିସ ଇନଷ୍ଟିଚୁଟ ଅଫ ମିଡ଼ିଆ କମ୍ୟୁନିକେସନ ରେ ପାଠ ପଢୁଥିଲେ। ପରେ ସେ ୨୦୧୫ ମସିହାରେ ଯୋଡ଼ି ହୋଇଥିଲା BCCI ସହିତ ଜଣେ ମ୍ୟାନେଜର ଭାବେ। ପରେ ସେ BCCI ର ଅଭିଯୋଗ କମିଟିର ସଦସ୍ୟ ମଧ୍ୟ ଥିଲେ। ତେବେ ତାଙ୍କର ପ୍ରମୋସନ୍ ହୋଇ ସେ ଏବେ BCCI R ସିନିୟର୍ କଣ୍ଟେଣ୍ଟ ପ୍ରଡ୍ୟୁସର୍ ଭାବେ କାମ କରୁଛନ୍ତି।
Rajalakshmi arora
ରାଜଲକ୍ଷ୍ମୀ ନିଜର ଲେଖାଶଇଳି ପାଇଁ ବେଶ୍ ଚର୍ଚ୍ଚାର ମଧ୍ୟ ରହି ଆସିଛନ୍ତି।BCCI ର ସମସ୍ତ ନିଷ୍ପତ୍ତି, ଇଣ୍ଡିଆ କ୍ରିକେଟ ଟିମ୍ ର ସମସ୍ତ ଘଟଣା ସେ ଅତି ସୁନ୍ଦର୍ ଭାବେ ଲେଖିଥାନ୍ତି। ତାଙ୍କର ଲେଖାଶଇଳିକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ କରନ୍ତି, ଯେଉଁଥିପାଇଁ BCCI ମଧ୍ୟ ତାଙ୍କୁ ଛାଡ଼ିବାକୁ ନାରାଜ। ବର୍ତ୍ତମାନ ସମୟରେ କ୍ରିକେଟ ର ସମସ୍ତ ତଥ୍ୟ ଜାଣିବା ପାଇଁ ବେଶ୍ ଆଗ୍ରହୀ ଲୋକେ। ଲୋକଙ୍କ ମନର ଉତ୍କଣ୍ଠାକୁ ଆଖି ଆଗରେ ରଖି ରାଜଲକ୍ଷ୍ମୀ ନିଜର କଣ୍ଟେଣ୍ଟ ତିଆରି କରିଥାନ୍ତି।