ଦେଖନ୍ତୁ ଭିଡିଓ: ଶାମିଙ୍କ ସଫଳତାରେ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଗଢ଼ିଉଠିବ କି? ଶାମିଙ୍କ ପାଇଁ ଭିଡିଓ ପୋଷ୍ଟ କଲେ ହସିନା

 
Shami wife

ସାମିଙ୍କ ସଫଳତା ପରେ ଏବେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ଏପରିକି ତାଙ୍କ ସ୍ତ୍ରୀ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି । ନିକଟରେ ସାମି ଓ ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କ ମଧ୍ୟରେ ଅନେକ ମତ ଭେଦ ସୃଷ୍ଟି ହୋଇଥିଲା । ଯେଉଁଥି ପାଇଁ ସାମି ବହୁତ ଡିପ୍ରେଶନ ରେ ମଧ୍ୟ ରହିଥିଲେ । ହେଲେ ଶାମିଙ୍କର ସେମି ଫାଇନାଲରେ ଏହି ଦମ୍ ଦାର୍ ପରଫର୍ମାନ୍ସ ପରେ ହାସିନ ବି ନିଜକୁ ରୋକି ପାରି ନାହାନ୍ତି ଶୁଭେଚ୍ଛା ଦେବାରେ ।

Shami haseena

ନିଉଜଲ୍ୟାଣ୍ଡ ବିପକ୍ଷରେ ଥିବା ସେମି ଫାଇନାଲ ମ୍ୟାଚରେ ୭ ୱିକେଟ ନେଇ ଦଳକୁ ଜିତାଇ ଥିଲେ ସାମି । ଯେଉଁଥି ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଘୋଷଣା କରା ଯାଇଥିଲା । ଷାମିଙ୍କର ଏହି ୭ ଟି ୱିକେଟ ଦଳ ପାଇଁ ଏତେ ଗୁରୁତ୍ଵପୂର୍ଣ୍ଣ ଥିଲା ଯେ ବିରାଟଙ୍କ ଶତକ ମଧ୍ୟ ଏହା ଆଗରେ ଫିକା ପଡ଼ି ଯାଇଥିଲା । 

ଶାମୀଙ୍କର ସେମି ଫାଇନାଲରେ ଏପରି ଗୁରୁତ୍ଵପୂର୍ଣ୍ଣ ଭୂମିକା ପାଇଁ ଲୋକେ ସେମି ଫାଇନାଲକୁ ସାମି ଫାଇନାଲ ମଧ୍ୟ କହୁଛନ୍ତି । ତେବେ ସେମି ଫାଇନାଲ ପର ଠାରୁ ନେଇ ଆଜି ପର୍ଯ୍ୟନ୍ତ ଶାମୀଙ୍କ ପ୍ରଶଂସାରେ ଟିକେ ବି ବ୍ରେକ ମିଳିନି । ଏହି ମଧ୍ୟରେ ସାମିଙ୍କ ପତ୍ନୀ ହସିନ୍ ଙ୍କ ଏକ ଭିଡିଓ ଖୁବ୍ ଚର୍ଚ୍ଚାରେ ରହିଛି ।

ହସିନ ଏହି ଭିଡିଓଟି ଇନଷ୍ଟାଗ୍ରାମ ସେୟାର କରିଥିଲେ । ଏ ଭିଡିଓ ରେ ଥିବା ଗୀତଟି ହେଉଛି ତେରେ ନାମ୍ ସେ ହି ମୁଝେ ଦୁନିଆ ୱାଲେ ଯାନେଙ୍ଗେ , ତେରି ସୁରତ୍ ଦେଖ୍ କର୍ ଲୋଗ ମୂଝେ ପେହେ ଚାନେଙ୍ଗେ ।

ହାସୀନ ଗଣମାଧ୍ୟମକୁ କହିଛନ୍ତି, 'ଶାମୀ ଯେପରି ଜଣେ ଭଲ କ୍ରିକେଟର କାଶ ସେପରି ଜଣେ ଭଲ ମଣିଷ ହୋଇଥାନ୍ତେ । ସେ, ମୁଁ ଓ ମୋ ଝିଅ ଯଦି ଏକାଠି ରହି ଏକ ହସଖୁସିର ଜୀବନ ବିତାଇଥାନ୍ତୁ ତେବେ ସେ ମୁହୂର୍ତ୍ତ କେତେ ଆନନ୍ଦମୟ ହୋଇଥାନ୍ତା । ମୋ ସହିତ ଅନ୍ୟାୟ ହୋଇଛି, ଏହା ମୋ ସହିତ ପରିଚିତ ଲୋକମାନେ ଭଲ ଭାବେ ଜାଣିଛନ୍ତି ।

ଶାମୀଙ୍କ ସହିତ ମୋର ସମ୍ପର୍କକୁ ନେଇ ତାଙ୍କର କ୍ରିକେଟ କ୍ୟାରିୟର ସହ ଯୋଡ଼ାଯାଉଛି ।' ସୂଚନାଯୋଗ୍ୟ ଯେ, ୨୦୧୪ରେ ଶାମୀ ଓ ହାସୀନଙ୍କର ବିବାହ ହୋଇଥିବା ବେଳେ ୨୦୧୮ରେ ସେମାନଙ୍କର ସମ୍ପର୍କରେ ତିକ୍ତତା ଆସିଥିଲା । ବର୍ତ୍ତମାନ ଦୁହିଁଙ୍କ ପାରିବାରିକ ବିବାଦର ଅନ୍ତ ଘଟିନାହିଁ ।