କୌଣସି ହିରୋଇନଙ୍କ ଠାରୁ କମ ନୁହନ୍ତି ଦୀପକ ଚହରଙ୍କ ପ୍ରେମିକା, ଜାଣନ୍ତୁ ଦୀପକଙ୍କ ମନ ଚୋରାଇଥିବା ଏହି ଯୁବତୀଙ୍କ ପରିଚୟ

 
Deepak chahar girlfriend

ଚଳିତ ବର୍ଷ ଆଇପିଏଲର ଲିଗ୍ ପର୍ଯ୍ୟାୟ ୟୁଏଇ ଠାରେ ସୁରୁଖୁରୁରେ ସମାପ୍ତ ହୋଇଛି। ନିଜର ଶେଷ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ପଞ୍ଜାବ କିଙ୍ଗସ୍ ଠାରୁ ହାରି ଯାଇଥିଲେ ହେଁ ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ରହିଛି। ତେବେ, ପଞ୍ଜାବ ବିପକ୍ଷ ମ୍ୟାଚ ପରେ ସମସ୍ତଙ୍କ ସାମ୍ନାରେ ଷ୍ଟାର ବୋଲର ଦୀପକ ଚହର ନିଜ ବାନ୍ଧବୀଙ୍କୁ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା।

Deepak chahar proposal

ଷ୍ଟାଡିୟମ୍ ପରିସରରେ ଦିପକ ତାଙ୍କ ପ୍ରେମିକା ଙ୍କୁ ସମସ୍ତଙ୍କ ଆଗରେ ପ୍ରେମ ନିବେଦନ କରିଥିଲେ। ସେ ମ୍ୟାଚ୍ ସରିବା ପରେ ପାଭିଲିୟନ୍ ରେ ବସିଥିବା ତାଙ୍କ ପ୍ରେମିକାଙ୍କୁ ଆଣ୍ଠେଇ ପ୍ରପୋଜ କରିବା ସହ ମୁଦି ମଧ୍ୟ ପିନ୍ଧାଇ ଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ କରତାଳି ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଘଟଣାଟି ପୁରା ଫିଲ୍ମ ଷ୍ଟାଇଲରେ ଘଟିଥିବା ବେଳେ ଏହା ପରେ ଚର୍ଚ୍ଚାରେ ରହିଛନ୍ତି ଦୀପକ ଚହର୍।

Jaya bharadwaj

ଏହି ଘଟଣାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ଦୀପକଙ୍କ ପ୍ରେମିକାଙ୍କ ପରିଚୟକୁ ନେଇ କଳ୍ପନା ଜଳ୍ପନା ଜୋର ଧରିଛି। ଏଠାରେ କହି ରଖୁଛୁ ଯେ ଦୀପକଙ୍କ ପ୍ରେମିକାଙ୍କ ନାମ ଜୟା ଭାରଦ୍ୱାଜ ଅଟେ। ଜୟା ବିଗ୍ ବସ୍ ଫେମ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ଅଟନ୍ତି। ସେ ଏବେ କର୍ପୋରେଟ ସେକ୍ଟରରେ କାମ କରୁଥିବା ବେଳେ କେବଳ ଦୀପକଙ୍କୁ ଉତ୍ସାହିତ କରିବା ପାଇଁ ସେ ୟୁଏଇ ଯାଇଛନ୍ତି।