ଦେଖନ୍ତୁ ଭିଡ଼ିଓ: ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁଙ୍କ ରକେଟ୍ ଥ୍ରୋ ରନ୍ ଆଉଟ୍ ଚେନ୍ନାଇକୁ ଜିତାଇ ଦେଲା ମ୍ୟାଚ୍

 
Chennai ipl

ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମ କ୍ବାଲିଫାୟର ମ୍ୟାଚରେ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ 15 ରନ୍ ରେ ପରାସ୍ତ କରି ଜିତି ଯାଇଛି। ଅର୍ଥାତ୍ ବର୍ତ୍ତମାନ ମେ 27 ରେ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲ୍ ମ୍ୟାଚ୍ ଖେଳିବ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ପକ୍ଷରୁ ଓପନର ଋତୁରାଜ ଗାଏକୱାଡ ଓ ଡେଭନ୍ କନୱେ ଭଲ ପ୍ରଦର୍ଶନ କରିଥିଲେ। ପରେ ଚେନ୍ନାଇର‌ ବୋଲର୍ ମାନେ ଗୁଜୁରାଟ ଟାଇଟାନ୍ସକୁ ଅଲ୍ ଆଉଟ୍ କରିଦେଇଥିଲେ।

Ipl

ତେବେ ଚେନ୍ନାଇ ଦଳରେ ଥିବା ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ ସେନାପତି ଏଯାଏଁ ଦଳର ଏକାଦଶରେ ସ୍ଥାନ ନପାଇଥିଲେ ମଧ୍ୟ ସେ ଅନେକ ଥର‌ ଫିଲ୍ଡିଂ କରୁଥିବା ଦେଖିବାକୁ ମିଳିଛି। ତେବେ କ୍ବାଲିଫାୟର ୧ ମ୍ୟାଚରେ ମଧ୍ୟ ସେ ଫିଲ୍ଡିଂ କରୁଥିଲେ। ୧୮ତମ ଓଭରରେ ବୋଲିଂ କରୁଥିଲେ ପଥିରାନା। କ୍ରିଜରେ ଥିଲେ ଦର୍ଶନ ନାଲକାନ୍ଦେ ଓ ରଶିଦ ଖାନ। ଅନ ଷ୍ଟ୍ରାଇକରେ ଥିଲେ ନାଲକାନ୍ଦେ। ସେ ରଶିଦକୁ ଷ୍ଟ୍ରାଇକ ଦେବାକୁ ଯାଇ ରନ ନେବାକୁ ଚାହିଁଥିଲେ।


 
ହେଲେ ସେ ଫଣ୍ଟରେ ଥିବା ଶୁଭ୍ରାଂଶୁଙ୍କ ଦ୍ୱାରା ରନ ଆଉଟ ହୋଇ ପ୍ୟାଭିଲିଅନ ଚାଲିଯାଇଥିଲେ। ଯାହାକି ଶୁଭ୍ରାଂଶୁଙ୍କର ରକେଟ୍ ଥ୍ରୋ ଥିଲା। ଏହି ରନ୍ ଆଉଟ୍ ଚେନ୍ନାଇକୁ ମ୍ୟାଚ୍ ଜିତାଇବାରେ ମଧ୍ୟ ନିର୍ଣ୍ଣାୟକ ହୋଇଥିଲା। ଏହା ପୂର୍ବରୁ ଶୁଭ୍ରାଂଶୁ ଏକ ମିସ୍ ଫିଲ୍ଡ କରିଥିଲେ ଯା‌ହା ଧୋନୀ ତାଙ୍କୁ ଲମ୍ବା ନିଃଶ୍ୱାସ ନେବାକୁ କହିଥିଲେ।