ଦେଖନ୍ତୁ ଭିଡ଼ିଓ: LIVE ମ୍ୟାଚ୍ ରେ ଅଶ୍ୱିନ୍ ଡ଼ରାଇଲେ ସ୍ମିଥ୍ ଙ୍କୁ, ଏହା ଦେଖି ହସି ହସି ପାଗଳ ହେଲେ କିଙ୍ଗ କୋହଲି

ଅଶ୍ୱିନ ବ୍ୟାଟ୍ସମ୍ୟାନଙ୍କ ନନ୍-ଷ୍ଟ୍ରାଇକରେ ଏମିତି ଭୟ ସୃଷ୍ଟି କରିଛନ୍ତି ଯେ ଯେତେବେଳେ ବି ଅଶ୍ୱିନ୍ ବୋଲିଂ କରିବାକୁ ଆସନ୍ତି, ନନଷ୍ଟ୍ରାଇକରେ ଠିଆ ହୋଇଥିବା ବ୍ୟାଟ୍ସମ୍ୟାନ୍ ସେପର୍ଯ୍ୟନ୍ତ କ୍ରିଜ୍ ଲାଇନ୍ ଭିତରେ ରହିବାକୁ ଚେଷ୍ଟା କରନ୍ତି, ଯେପର୍ଯ୍ୟନ୍ତ ଅଶ୍ୱିନଙ୍କ ବଲ୍ ହାତରୁ ନ ଖସିଛି।
ଦିଲ୍ଲୀ ଟେଷ୍ଟ ମ୍ୟାଚ୍ ସମୟରେ ଏହା 2 ଥର ଘଟିଥିଲା ଯେତେବେଳେ ଅଶ୍ୱିନ ନନ-ଷ୍ଟ୍ରାଇକ୍ ଉପରେ ଠିଆ ହୋଇଥିବା ବ୍ୟାଟ୍ସମ୍ୟାନଙ୍କୁ ଭୟଭୀତ କରିଥିଲେ। ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସମୟରେ ଅଶ୍ୱିନ ଲାବୁଶାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିବାବେଳେ ଦ୍ୱିତୀୟ ଇନିଂସରେ ଭାରତୀୟ ସ୍ପିନର ଅଷ୍ଟ୍ରେଲୀୟ ଭେଟେରାନ ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥଙ୍କୁ ନିଜର ଅନ୍ଦାଜରେ ଡ଼ରାଇଥିଲେ। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।
ଦେଖନ୍ତୁ ଭିଡ଼ିଓ:
Both striker and non striker 😂😂#ashwin pic.twitter.com/2PoSKjLFMH
— 🤡 (@O1234OOOO) February 19, 2023
ବାସ୍ତବରେ ଅଷ୍ଟ୍ରେଲୀୟ ଇନିଂସର 15 ତମ ଓଭରରେ ଷ୍ଟିଭ ସ୍ମିଥ ନନଷ୍ଟ୍ରାଇକ୍ ଉପରେ ଛିଡ଼ା ହୋଇଥିଲେ। ଏଭଳି ପରିସ୍ଥିତିରେ ଅଶ୍ୱିନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଯେଉଁଥିପାଇଁ ସ୍ମିଥ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଆଉ ସ୍ଲିପ୍ରେ ଠିଆ ହୋଇଥିବା ବିରାଟ କୋହଲି ହସୁଥିବା ନଜର ଆସିଥିଲା।