ବଡ଼ ଖବର: ଅଧିନାୟକ ପଦରୁ ଇସ୍ତଫା ଦେବେ ବିରାଟ କୋହଲି, ଜାଣନ୍ତୁ ସେ ସୋସିଆଲ ମିଡ଼ିଆ ରେ କଣ କହିଲେ

 
kohli leave captaincy

ଅଧିନାୟକ କୋହଲି ଆଗାମୀ ଟି -20 ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -20 ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। T-20 ବିଶ୍ବକପ ପରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ଏ ନେଇ ନିଜେ କୋହଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଟ୍ବିଟ୍‌ କରି କୋହଲି କହିଛନ୍ତି, ‘ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି ।  ଏହା ସହିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଉଛି ।

ଅକ୍ଟୋବର 17 ରୁ ୟୁଏଇ ଏବଂ ଓମାନରେ ଆଇସିସି ଟି -20 ବିଶ୍ୱକପ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଟେଷ୍ଟ କ୍ରିକେଟ୍ ଏବଂ ODI ରେ ଦଳର ନେତୃତ୍ୱ ନେବେ।