IPL 2021: ଚେନ୍ନାଇ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ମଧ୍ୟ ଏହି କାରଣରୁ ଖୁସି ଥିଲେ କୋହଲି, କହିଲେ, ମୁ ଏବେ...

 
IPL 2021: ଚେନ୍ନାଇ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ମଧ୍ୟ ଏହି କାରଣରୁ ଖୁସି ଥିଲେ କୋହଲି, କହିଲେ, ମୁ ଏବେ...

ରବିବାର ଦିନ ଆଇପିଏଲ୍ ସିଜନ ୨୦୨୧ ର ମ୍ୟାଚ୍ ନମ୍ବର ୧୯ CSK ଏବଂ RCB ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ଧୋନିଙ୍କ ଟିମ୍ CSK ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ ଏବଂ ଏହାପରେ ଆରମ୍ଭରେ ଫାଫ୍ ଡୁ ପ୍ଲେସିଙ୍କ ୫୦, ରୁତୁରାଜଙ୍କ ୩୩ ରନ୍ ସ୍କୋର କରିଥିଲେ। କିନ୍ତୁ ଇନିଂସ ଶେଷ ଆଡକୁ ଲାଇମଲାଇଟ୍ କୁ ଆସିଥିଲା ଜାଡେଜାଙ୍କ ଧୂଆଁଧାର ଇନିଂସ।

ଜାଡେଜା ଇନିଂସର ଶେଷ ଓଭରରେ ୩୭ ରନ୍ ସଂଗ୍ରହ କରିଥିଲେ ଏବଂ ୨୮ ବଲରୁ ୬୨ ରନ୍ ସହ ଏକ ଚମତ୍କାର ଇନିଂସ ଖେଳିଥିଲେ। ଯାହାଫଳରେ ଚେନ୍ନାଇ ବାଙ୍ଗାଲୋର୍ କି ୧୯୨ ରନ୍ ର ଟାର୍ଗେଟ ଦେଇଥିଲା।

ଏହି ଲକ୍ଷ କୁ ପିଛା କରୁଥିବା ବାଙ୍ଗାଲୋର ଦଳ ପ୍ରଥମରୁ ଭଲ ଆରମ୍ଭ କରିଥିଲା। କିନ୍ତୁ ଦଳର ଓପନର୍ ମାନେ ଆଉଟ ହେବା ପରେ ଆଉ କେହି କ୍ରିଜ ରେ ତିଷ୍ଠି ପାରିନଥିଲେ। ଶେଷରେ RCB ଦଳ ପୁରା ୨୦ ଓଭର ଖେଳି ମାତ୍ର ୧୨୨ ରନ୍ କରିପାରିଥିଲା, ବୋଲିଂ ରେ ମଧ୍ୟ ଜାଡେଜା ୩ ନୋଟି ୱିକେଟ ନେବା ସହ ଏକ ରନ୍ ଆଉଟ କରିଥିଲେ।

ତେବେ ଏହି ମ୍ୟାଚ ହାରିବା ପରେ କ୍ୟାପଟେନ୍ କୋହଲି ବିଶେଷ ଦୁଃଖିତ ଜଣା ପଡିନଥିଲେ। ତାଙ୍କ କହିବା ଅନୁଯାଇ ଏହା ଟୁର୍ଣ୍ଣାମେଣ୍ଟର ପ୍ରଥମ ଚରଣ ହୋଇଥିବାରୁ ଦଳର ଏହି ହାର ସ୍ୱାଗତ ଯୋଗ୍ୟ ଅଟେ। ଏହା ଦ୍ୱାରା ଦଳ ନିଜର ଭୁଲ ଜାଣିପାରିବ ଏବଂ ସମୟ ନେଇ ନିଜର ଭୁଲକୁ ସୁଧାରି ପାରିବ। ଆହୁରି ମଧ୍ୟ ସେ ଏହି ପରାଜୟ କୁ ଏକ ପଜିଟିଭ ଫିଡ଼ବ୍ୟାକ୍ ଭାବରେ ନେଉଛନ୍ତି ବୋଲି କହିଥିଲେ। ଏଥିସହିତ ଏହି ମ୍ୟାଚରେ ଜାଡେଜାଙ୍କ ପ୍ରଦର୍ଶନ କୁ ପ୍ରଶଂସା କରିବା ସହ ଆଗକୁ ଭାରତୀୟ ଦଳ ପାଇଁ ଏହା ଏକ ଭଲ ସଂକେତ ବୋଲି ସେ କହିଥିଲେ।