ନୂଆ ଲୁକ୍ ରେ ଅବତୀର୍ଣ୍ଣ ହେଲେ ବିରାଟ କୋହଲି,ସୋସିଆଲ ମିଡ଼ିଆରେ ଫୋଟୋ ଭାଇରାଲ ହେବା ପରେ ଲୋକେ ଦେଲେ ଏଭଳି ରିଆକ୍ସନ…..

 
Virat kohli new look

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି କେବଳ ପଡ଼ିଆରେ ନିଜ ଖେଳ ପାଇଁ ନୁହେଁ ବରଂ ସେ ଜଣେ ଷ୍ଟାଇଲ୍ ଆଇକନ୍ ଭାବରେ ବେସ୍ ପରିଚିତ ହୋଇପାରିଛନ୍ତି। ସେ ନିଜର ଡ୍ରେସିଂ ସେନ୍ସ ଏବଂ ଲୁକ୍ କୁ ବାରମ୍ବାର ବଦଳାଇଥାନ୍ତି ଯାହା ତାଙ୍କ ପ୍ରଶଂସକ ମାନଙ୍କୁ ପସନ୍ଦ ଆସିଥାଏ।

ବର୍ତ୍ତମାନ ସୋସିଆଲ ମିଡିଆରେ କୋହଲିଙ୍କ ଏକ ନୂଆ ଲୁକ ଭାଇରାଲ ହେବାରେ ଲାଗିଛି। ଏହି ଚିତ୍ରରେ ବିରାଟ କୋହଲି ଏକ ହଳଦିଆ ଟି-ସାର୍ଟ ପିନ୍ଧିଥିବା ବେଳେ ତାଙ୍କର ବହୁତ ବଡ଼ ବଡ଼ ଦାଢ଼ି ଏବଂ ଲମ୍ବା ଚୁଟିରେ ଦେଖିବାକୁ ମିଳିଛି।

ସୋମବାର ସୋସିଆଲ ମିଡିଆରେ ଏହି ଚିତ୍ର ସାମ୍ନାକୁ ଆସିଥିଲା। ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଅନେକ ଲୋକ ଏହାକୁ ଖୁବ ପସନ୍ଦ କରିବା ସହ ବିରାଟଙ୍କୁ ଅନେକ ଲୋକଙ୍କ ଚେହେରା ସହିତ ତୁଳନା କରିବା ଆରମ୍ଭ କରିଥିଲେ। କିଛି ଲୋକ ତାଙ୍କୁ ନେଟଫ୍ଲିକ୍ସରେ ପ୍ରସାରିତ ସ୍ପାନିଶ୍ ଧାରାବାହିକ 'ମନି ହେଇଷ୍ଟ'ର ପ୍ରଫେସରଙ୍କ ସହ ତୁଳନା କରୁଥିବା ବେଳେ କେତେକ ଲୋକେ ତାଙ୍କୁ "କବିର ସିଂ" ଚଳଚିତ୍ରର ସାହିଦ କପୁରଙ୍କ ସହିତ ତୁଳନା କରିଥିଲେ। 


ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳକୁ ୧୮ ଜୁନ୍ ଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଖେଳୁଥିବା ଦେଖିବାକୁ ମିଳିବ। ଏହା ପରେ ଦଳ ଇଂଲଣ୍ଡରେ ଘରୋଇ ଦଳ ବିପକ୍ଷରେ ଏକ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।